ADVERTISEMENT
Home ଆଞ୍ଚଳିକ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩୨ ଜଣ କରୋନା ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩୨ ଜଣ କରୋନା ପଜିଟିଭ ଚିହ୍ନଟ

152
ADVERTISEMENT

ଭୁବନେଶ୍ୱର,୧୪/୮(ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୫୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୫ ଜଣ, ବାଲେଶ୍ୱରରୁ ୭୦ ଜଣ, ବରଗଡ଼ରୁ ୧୦ ଜଣ, ଭଦ୍ରକରୁ ୧୪ ଜଣ, ବଲାଙ୍ଗୀରରୁ ୭ ଜଣ, ବୌଦ୍ଧରୁ ୪ ଜଣ, କଟକରୁ ୧୯୭ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୧୧ ଜଣ, ଗଜପତିରୁ ୬ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୪୨ ଜଣ, ଯାଜପୁରରୁ ୨୯ ଜଣ, ଝାରସୁଗୁଡ଼ାରୁ ୧ ଜଣ, କଳାହାଣ୍ଡିରୁ ୭, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, କେଉଁଝରରୁ ୧୫ ଜଣ, ଖୋର୍ଦ୍ଧାରୁ ୪୧୦ଜଣ, କୋରାପୁଟରୁ ୩ ଜଣ, ମାଲକାନଗିରିରୁ ୧୦ ଜଣ, ମୟୁରଭଞ୍ଜରୁ୪୦ ଜଣ, ନବରଙ୍ଗପୁରୁ ୧ ଜଣ, ନୟାଗଡ଼ରୁ ୩୧ ଜଣ, ପୁରୀରୁ ୨୨ ଜଣ, ରାୟଗଡ଼ାରୁ ୭ ଜଣ, ସମ୍ୱଲପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୨୩ ଓ ଷ୍ଟେଟ ପୁଲରୁ ୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯, ୯୩, ୫୦୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୭୫, ୯୯୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୦, ୬୩୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Advertisement