ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାତ୍ମକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

168
ADVERTISEMENT

କୋଦଳା,୧୧/୮(ସୂର୍ଯ୍ୟ ନାରାୟଣ ବଡୁ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ମଙ୍ଗଳବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁର ସ୍କୁଲ ନିକଟରେ ଜଣେ ଯୁବକକୁ କିଛି ଦୁର୍ବୁର୍ତ୍ତ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟାକରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କବିସୂର୍ଯ୍ୟନଗର ବ୍ଲକ ଖଜାପଲି ଗ୍ରାମର ମୃତ ଜିତେନ୍ଦ୍ର ସ୍ୱାଇଁ କୌଣସି କାମରେ ବୁଢ଼ାମ୍ବ ଯାଇ କିଛି ଦୋକାନ ସାମାନ ଧରି ଫେରୁଥିବା ସମୟରେ ଦେଓଗାଁ ଠାରେ ପୂର୍ବରୁ ଅପେକ୍ଷ୍ୟା କରିଥିବା କିଛି ଦୁର୍ବୁର୍ତ୍ତ ଜିତେନ୍ଦ୍ରର ମୋଟର ସାଇକଲର ଚକାରେ ବାଡ଼ି ମାରିଦେବା ଫଳରେ ଜିତେନ୍ଦ୍ର ବାଇକ ସହ ରାସ୍ତା ଉପରେ ଛିଟିକି ପଡ଼ିଥିଲେ l ଏହାର ସୁଯୋଗ ନେଇ ଦୁର୍ବୁର୍ତ୍ତ ମାନେ ବିଭିନ୍ନ ମାରଣାସ୍ତ୍ରରେ ଜିତେନ୍ଦ୍ରକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ l ଯାହାଫଳରେ ଜିତେନ୍ଦ୍ରର ଡାହାଣ ହାତ ସମ୍ପୂର୍ଣ ଛିଡି ଯାଇଥିବା ବେଳେ ବାମ ହାତ, ଗୋଡ଼ ଏବଂ ପେଟରେ ଗଭୀର ଆଘାତ ଲାଗିଥିଲା l ଦୁର୍ବୁର୍ତ୍ତ ମାନେ ସେଠାରୁ ଚାଲିଯିବା ପରେ ପରିବାର ଲୋକ ଖବର ପାଇ ଜିତେନ୍ଦ୍ରକୁ ପ୍ରଥମେ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ଚିକତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଚିକିତ୍ସିତ ଅବସ୍ଥାରେ ଜିତେନ୍ଦ୍ରର ମୃତ୍ୟୁ ଘଟିଥିଲା l ପ୍ରକାଶ ଥାଉକି ପୂର୍ବଶତ୍ରୁତାକୁ ନେଇ ପୂର୍ବରୁ ମଧ୍ୟ ଜିତେନ୍ଦ୍ର ର ବାପା ବାହାଦୁରକୁ ନିଜ ବିଲରେ କାର୍ଯ୍ୟ କରୁଥିବା ସମୟରେ ଗଳାକାଟି ହତ୍ୟା କରାଯାଇଥିଲା ଓ ପରେ ପରେ ଜିତେନ୍ଦ୍ରଙ୍କୁ ମଧ୍ୟ ଦୃବୁର୍ତ୍ତ ମାନେ ଆକ୍ରମଣ ହୋଇଥିବା ନେଇ ଖବର ମିଳିଛି l ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି l

Advertisement