Tuesday, September 8, 2026
ADVERTISEMENT
Home Uncategorized ସାମାନ୍ୟ ଟଙ୍କା ପାଇଁ ରକ୍ତ ସମ୍ପର୍କ ଭୁଲିଗଲା ପୁଅ, ଛୁରା ମାରି ବାପାଙ୍କୁ ହତ୍ୟା

ସାମାନ୍ୟ ଟଙ୍କା ପାଇଁ ରକ୍ତ ସମ୍ପର୍କ ଭୁଲିଗଲା ପୁଅ, ଛୁରା ମାରି ବାପାଙ୍କୁ ହତ୍ୟା

179
ADVERTISEMENT

ବ୍ରହ୍ମପୁର,୦୯/୮(ଡ଼ି.ଏଚ/ବ୍ୟୁରୋ): ପୁଅର ଛୁରାମାଡରେ ବାପା ମୃତ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମହାଛାଇ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମହାଛାଇ ଗାଁରେ ପୁଅର ଛୁରାମାଡରେ ବାପାଙ୍କର ମୃତ୍ୟୁ ଘଟିଛି । ଟଙ୍କା ନଦେବାରୁ ବାପାକୁ ଛୁରାମାଡ କରିଛି ପୁଅ । ମୃତକ ହେଲେ କରୁଣାକର ସାହୁ । ହତ୍ୟାକାରୀ ପୁଅ ପ୍ରତାପ ସାହୁ ଘଟଣା ପରେ ଫେରାର ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement