କୁକୁଡାଖଣ୍ଡି,୦୮/୮(ଇ.ରଞ୍ଜନ): ବଉଳଝୋଳିରେ ଜଣେ ଚାଷୀ ମୃତ୍ୟୁ ଘଟଣାରେ ମୃତକ ଚାଷୀଙ୍କ ଘରେ ପହଂଚିଛି ପ୍ରଶାସନ l କୃଷି ଜିଲ୍ଲା ଅଧିକାରୀ ନିରଞ୍ଜନ ମହାପାତ୍ର ମୃତ ଚାଷୀଙ୍କ ଘରକୁ ଯାଇ ଜମିଜମା କାଗଜପତ୍ର,ଋଣନେଇଥିବା ବ୍ୟାଙ୍କ ଖାତା ତନଖି କରିଥିଲେ l କୁକୁଡାଖଣ୍ଡି ବ୍ଲକ ବଉଳଝୋଳି ପଞ୍ଚାୟତର ଚାଷୀ ଦାଶରଥି ବିଷୟୀ ନିଜ କେନାଲ ପାର୍ଶ୍ୱରେ ଥିବା ଜମିରେ ପାଣି ଅଭାବରୁ ତଳିନଷ୍ଟ ସହ୍ୟ ନକରି ମୁର୍ତ୍ୟୁବରଣ କରିଥିଲେ l କୃଷି ଜିଲ୍ଲା ଅଧିକାରୀଙ୍କ ସହ ବ୍ଲକ କୃଷି ଅଧିକାରୀ ଅଜିତ ମହାପାତ୍ର, ଗ୍ରାମ କୃଷକ ସେବକ ଅନିଲ ପଣ୍ଡା ଯାଇ ଘର ଲୋକଙ୍କୁ ସମବେଦନା ଜଣାଇବା ସହ ମୃତ ଚାଷୀଙ୍କ ପରିବାରକୁ ସରକାରଙ୍କ ତରଫରୁ ଚାଷୀଙ୍କୁ ମିଳୁଥିବା ଯୋଜନା ଓ ସହାୟତା ରାଶି କିପରି ମିଳିପାରିବ ବୁଝିଥିଲେ l ୫ ଏକର ଅଧିକ ଥିବା ଜମିଜମା କାଗଜ ପତ୍ର ତଦନ୍ତ କରିଥିଲେ ଏଥିରେ ପରିବାରର ଲୋକଙ୍କ ରାସନ କାର୍ଡ, ଋଣ କରଜ କରିଥିବା ବ୍ୟାଙ୍କ ଖାତା ତଦନ୍ତ କରିଥିବା ସହ ଚାଷୀଙ୍କ ଆୟ ସହ ପରିବାର ସଦସ୍ୟଙ୍କ ଆୟବ୍ୟୟ ହିସାବ ମାଗିଥିଲେ ପରେ ଜଳ ଶୂନ୍ୟ ଥିବା ଜମିରେ ମୁର୍ତ୍ୟୁବରଣ କରିଥିବା ଜମି ଘଟଣା ସ୍ଥଳ ପରିଦର୍ଶନ କରିଥିବା ଏଏଓ ଅଜିତ ମହାପାତ୍ର ସୂଚନା ଦେଇଛନ୍ତି l ଶୁକ୍ରବାର ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ ଆସି ବ୍ଲକ କାର୍ଯ୍ୟଳୟରେ ବସି ତଦନ୍ତ ସାରି ଫେରିଥିବା ଖବର ପ୍ରକାଶ ପାଇଥିଲା l

















