ଯୁବ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

210
ADVERTISEMENT

କୁକୁଡାଖଣ୍ଡି,୦୬/୦୮(ଇ.ରଞ୍ଜନ): ବର୍ଷା ନାହିଁ ତଳି ନଷ୍ଟ ହେଇଯିବା ସହିପାରିଲାନି ଶେଷରେ ବିଷପିଇ ଆତ୍ମହତ୍ୟା କଲା ଯୁବ ଚାଷୀ l ଏହିପରି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀ କୁକୁଡାଖଣ୍ଡି ବ୍ଲକ ବଉଳଝୋଳି ପଞ୍ଚାୟତରୁ l ବଉଳଝୋଳିର ଜୟରାମ ବିଷୟୀଙ୍କ ପୁଅ ଦାଶରଥି ବିଷୟୀ ଓରଫ ଅଚ୍ୟୁତ ଗତ ୪ ତାରିଖରେ ଅପରାହ୍ନରେ ଗ୍ରାମର କେନାଲ ପାର୍ଶ୍ୱରେ ଥିବା ନିଜ ଚାଷ ଜମିକୁ ତଳି ଦେଖିବାକୁ ଯିବା ସହ ତଳିରେ ବ୍ୟବହୃତ ଔଷଧ ପକାଇବା ଯାଇଥିଲେ l ଜମିରେ ପାଣି ଅଭାବ ଯୋଗୁଁ ତଳି ପୋଡି ଯାଇଥିବା ଦେଖି ବିରକ୍ତି ମନଭାବରେ ସେଠାରେ ହିଁ ତଳିରେ ପକାଇବା ପାଇଁ ହାତରେ ଧରିଥିବା ଔଷଧ କୁ ପିଇଦେଇଥିଲେ l ଗୁରୁତର ହୋଇ ବେହସ ହୋଇପଡିଥିବା ଦେଖି ସ୍ଥାନୀୟ ଜମିର ଚାଷୀ ମାନେ ଦେଖି ଅଚ୍ୟୁତଙ୍କୁ ଘରକୁ ଆଣି ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ l ୫ ତାରିଖ ସନ୍ଧ୍ୟା ୫ ଟା ତାଙ୍କର ମୁର୍ତ୍ୟୁ ହୋଇଥିବା ଡାକ୍ତରଙ୍କ ଘୋଷଣା କରିଥିବା ନେଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବି. ରାଜେନ୍ଦ୍ର ସୂଚନା ଦେଇଛନ୍ତି l ବଉଳଝୋଳି ଗ୍ରାମର ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି l ଏନେଇ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ସାନ ଭାଇ ପ୍ରମୋଦ ବିଷୟୀ ଏହାକୁ ଆଧାର କରି ପୋଲିସ ପକ୍ଷରୁ ଅପ ମୁର୍ତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡୁଛି ଯେ ଅଚ୍ୟୁତ ଧାରକରଜ କରି ଜମି ଭାଗଚାଷ କରିଥିଲେ କିନ୍ତୁ ଚଳିତ ବର୍ଷ ବର୍ଷା ଓ କେନାଲ ପାଣି ଆସୁନଥିବାରୁ ଜମିରେ ମରୁଡି ପରିସ୍ଥିତି ଉପୁଜିଥିଲା ତଳି ଗୁଡିକ ନଷ୍ଟ ହୋଇଥିବାରୁ ସେ ଚିନ୍ତା କରି ହତାଶ ହୋଇ ଜମିରେ ପକାଇବା ପାଇଁ ନେଇଥିବା କୀଟନାଶକ ଔଷଧ ପିଇ ମୁର୍ତ୍ୟୁ ଶଯ୍ୟାରେ ପଡିଥିବା ଜଣା ପଡିଛି ଏଠି ପ୍ରଶ୍ନ ଉଠିଛି ଯେ ଏଭଳି କେତେ ଚାଷୀ ଆତ୍ମହତ୍ୟା କଲେ ମାନ୍ୟବରଙ୍କ ନଜର ପଡିବ ପାଣି ସମସ୍ୟା ଏହି ଅଞ୍ଚଳରେ କାର୍ଯ୍ୟକାରୀ ହେବ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଥିବା ସହ ଚାଷୀଭାଇ ମାନେ ଚାତକ ପକ୍ଷୀ ପରି ଚାହିଁ ବସିଛନ୍ତି l

Advertisement