କେନାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର, ତଦନ୍ତ ପାଇଁ ଅଭିଯୋଗ

171
ADVERTISEMENT

କୁକୁଡାଖଣ୍ଡି,୦୫/୦୮(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ଚାଷୀ ମାନଙ୍କ ମେରୁହାଡ଼ କୁହା ଯାଉଥିବା ଋଷିକୂଲ୍ୟା ମୁଖ୍ୟ କେନାଲ ଘାଇ ସୃଷ୍ଟି ହେବା ଫଳରେ ଚାଷିକୁଳ ଏକ ପ୍ରକାର ହତାସ ହୋଇପଡ଼ିଥିବା ଦେଖିବାକୁ ମିଳୁଚି I ଅଞ୍ଚଳବାସିଙ୍କ କହିବା କଥା ଡ଼େଙ୍ଗାପଦର ନିକଟରେ କେନାଲର ଗୋଟିଏ ସ୍ଥାନରେ କିଛି ବ୍ୟକ୍ତି ହିଡ଼ ପାର୍ଶ୍ଵରେ ନଳାକରିଥିଲେ I ଛୋଟିଆ ଅସାବଧାନତା କାରଣରୁ ତାହା ସମ୍ପୂର୍ଣ ରୂପେ ଭୁସୁଳି ପଡିଥିଲା I ଯାହା ଫଳରେ ଦୀର୍ଘ ଦିନଧରି କେନାଲ ପୁରା ଶୁଖିଲା ପଢିଥିବାବେଳେ ଉକ୍ତ କେନାଲ ଉପରେ କୁକୁଡାଖଣ୍ଡି, ସାନଖେମୁଣ୍ଡି ଓ ପାଟପୁର ବ୍ଲକର ଶତାଧିକ ଗ୍ରାମର ହଜାର ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେଉଥିବାବେଳେ ବର୍ତ୍ତମାନ ସମୟରେ ବର୍ଷା ହେଉନଥିବାରୁ ଚାଷ ଜମିର ଧାନ ରୁହା କାର୍ଯ୍ୟର ଛୋଟ ଛୋଟ ଚାରା ଗୁଡିକ ପୋଡିଯିବା ହେତୁ ଚାଷୀ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇ ଏକ ପ୍ରକାର ହାହାକାର ପରିସ୍ଥିତି ଉପୁଜିଛି I କିଏ ଏବଂ କେଉଁ କାରଣରୁ କେନାଲ ହିଡ଼ ବେଆଇନ ଭାବରେ ଗର୍ତ୍ତସୃଷ୍ଟି କରିଥିଲା ଏବଂ ହଜାର ହଜାର ଚାଷୀଙ୍କ ଜୀବନ ଜୀବିକା ସହ ଖେଳ ଖେଳିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି I ଆଜି ବିଜେପି ନେତା ଚିନ୍ମୟନନ୍ଦ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରିଥିବା ବେଳେ ଉକ୍ତ ନିର୍ମାଣ କାର୍ଯ୍ୟ ନିମ୍ନମାନରେ ହେଉଥିବାବେଳେ ଜଳସେଚନ ବିଭାଗ ଯନ୍ତ୍ରୀ ଓ ଜଣେ ପ୍ରଭାବଶାଳି ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା କାରଣରୁ ଚାଷୀ ସମାଜ ହତାଶ ହୋଇ ପଡିଚି ଆଗାମୀ ଦିନରେ ଚାଷୀ ଭୋକରେ ରହିବା ସହ ସମସ୍ତ ସମାଜକୁ ଭୋକିଲା ରଖିବା ନେଇ ବୋଲି ଅଭିଯୋଗ କରିବା ସହ ବେଆଇନ ଗର୍ତ୍ତ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଚି ଦଳ I ଅନ୍ୟପକ୍ଷରେ ଚାଷ ସମୟ ଆସିଥିବା କାରଣରୁ ଚାଷଜମି ଶୁଖିଲା ପଡ଼ିଥିବାବେଳେ ଠିକ ସମୟରେ ଫସଲ ହୋଇପାରିବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଚି I ଜଳସେଚନ ବିଭାଗ ୱାଲ ନିର୍ମାଣରେ ଅନିୟମିତତା କରିଥିବା ମଧ୍ୟ ଅଭିଯୋଗ ହେଉଥିବା ବେଳେ କାର୍ଯ୍ୟ ସମ୍ପୂର୍ଣ ହେବାକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି I

Advertisement