ଚତୁର୍ଥ ପର୍ଯ୍ୟାୟ ରକ୍ତଦାନ ଶିବିର ଅନୁଷ୍ଠିତ । ୧୫୩ ୟୁନିଟ ରକ୍ତ ସଂଗ୍ରହ

144
ADVERTISEMENT

କୋଦଳା,୦୫/୦୮(ସୂର୍ଯ୍ୟ ନାରାୟଣ ବଡୁ): ବୁଧବାର ବେଗୁନିଆପଡା ବ୍ଲକ ଅଙ୍ଗାର ଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ବର୍ଷିୟ।ନ ନାରୀ ନେତ୍ରୀ ଭି ସୁଜ୍ଞାନ କୁମାରୀ ଦେଓଙ୍କ ୮୪ତମ ଜନ୍ମ ଦିବସ ଅବସରରେ ଚତୁର୍ଥ ପର୍ଯ୍ୟାୟରେ “ଜୀବନ ବିନ୍ଦୁ ,ଓଡିଶା ମୋ ପରିବାର ଓ ବ୍ଲକ ବିଜେଡି ପକ୍ଷରୁ “ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ପୂର୍ବତନ ବି ଡି ଏ ଅଧକ୍ଷ ତଥା ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାଷ ମହାରଣା, ଆସିକା ସଂସଦୀୟ କ୍ଷେତ୍ର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଂଯୋଜକ ନିର୍ମଳ ସାହୁ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଜଗନ୍ନାଥ ସାବତ, ଜିଲ୍ଲା ସମ୍ପାଦକ ଯୋଗୀରାମ ସ୍ୱାଇଁ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ଭୂୟାଁଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ । ଶିବିରରେ ୧୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ,ବିଜେଡି କର୍ମୀ ସହଯୋଗ କରିଥିଲେ। ବ୍ରହ୍ମପୁର ଏମ କେ ସି ଜି ରକ୍ତ ଭଣ୍ଡାର କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।

Advertisement