କୁକୁଡାଖଣ୍ଡି,୦୫/୦୮(ଇ.ରଞ୍ଜନ): ସଦର ପୋଲିସ ପେଟ୍ରୋଲିଙ୍ଗ ବେଳେ ଏକ ନକଲି ବିଦେଶ ମଦ ପ୍ରସ୍ତୁତ କରୁଥିବା ଫେକ୍ଟ୍ରି ଠାବ କରି ପ୍ରସ୍ତୁତକାରି ଦୁଇ ଜଣଙ୍କୁ ଗିରଫ କରିଛି l ସହର ଉପକଣ୍ଠ ସୋନ୍ଦର୍ଯ୍ୟ ନଗରର ଏକ ଭଡା ଘରୁ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଏବଂ ତାଙ୍କ ଟିମ ପେଟ୍ରୋଲିଙ୍ଗ ସମୟରେ ଖବର ପାଇ ଚଢ଼ାଉ କରି ବିପୁଳ ପରିମାଣର କଞ୍ଚାମାଲ ସହ ଖାଲି ମଦ ବୋତଲ, ଠିପି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ପ୍ରସ୍ତୁତକାରି ଦୁଇ ବାବୁ ଗୌଡ଼ ଓ ଶିବରାମ ପରିଡାଙ୍କୁ ଗିରଫ କାରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l ପୂର୍ବରୁ ସୌନ୍ଦର୍ଯ୍ୟ ନଗର ନିକଟ ଶ୍ରୀକ୍ଷେତ୍ର ବିହାରରୁ ମଧ୍ୟ ନକଲି ମଦ ପ୍ରସ୍ତୁତି ଫେକ୍ଟ୍ରି ଠାବ ହେଇଥିଲା l

















