କୁକୁଡାଖଣ୍ଡି,୦୪/୦୮(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକର ଡ଼େଙ୍ଗାପଦର ଗ୍ରାମ ନିକଟରେ ଋଷିକୂଲ୍ୟା ମୁଖ୍ୟ କେନାଲ ରେ ଘାଇ ହେବା ଫଳରେ ଚାଷୀ କୂଳ ହତାଶ ହୋଇଯାଇଛନ୍ତି l କେନାଲ ରେ ମନ୍ଥର ଗତି ରେ ମରାମତି ଯୋଗୁଁ ଜମି ଗୁଡିକ ରେ ଚାଷ ହୋଇପାରୁନାହିଁ l କିଛି ମୁଷ୍ଟିମେୟ ବ୍ୟକ୍ତି ଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଯୋଗୁଁ ସାଧାରଣ ଚାଷୀ ହଇରାଣ ହରକୋତ ହେଉଛନ୍ତି l ଜୁଲାଇ ୩୦ ତାରିଖ ରାତ୍ର ଋଷିକୂଲ୍ୟା ମୁଖ୍ୟ କେନାଲ ର ଡ଼େଙ୍ଗାପଦର ଠାରେ ଗୋଟିଏ ସାଇଡ ରେ ଭାଙ୍ଗି ମାଟି ଧସି ଯାଇଥିଲା lଉକ୍ତ କେନାଲ ର ପାଣି ଉପରେ ରୋହିଗାଁ ଠାରୁ ଆଲାରୀଗଡ଼ ୧୦ କିମି ଦୂରତା ଗ୍ରାମର ଚାଷୀ ଙ୍କୁ ପାଣି ଯୋଗାଉଥିବା ସହ ଛତ୍ରପୁର ପର୍ଯ୍ୟନ୍ତ ପାଣି ଯାଉଥିଲା କେନାଲ ମଧ୍ୟରେ ଏକ ବିରାଟ ଘାଇ ରେ ଗୁଳିଆ ସୃଷ୍ଟି ହେବା ପରେ ବ୍ରହ୍ମପୁର ଜଳସମ୍ପଦ ବିଭାଗ ଅତିରିକ୍ତ ଯନ୍ତ୍ରୀ ବିଭୁଦତ୍ତ ପଣ୍ଡା ଘଟଣାସ୍ଥଳ ରେ ପହଂଚି ଅନୁଧ୍ୟାନ କରିଥିଲେ l ପୂର୍ବରୁ ମଧ୍ୟ ସେହି ସମାନ ସ୍ଥାନରେ ଏହିପରି ଘାଇ ସୃଷ୍ଟି ହୋଇଥିଲା l ପୂର୍ବରୁ ଘାଇ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଏହିପରି ଘାଇ ସୃଷ୍ଟି ହେଉଛି l ଅନ୍ୟପକ୍ଷେ ଚାରି ଦିନହେଲା କେନାଲ ଶୁଖିଲା ପଡିଛି ଚାଷୀ ବର୍ଷା ପ୍ରଚୁର ପରିମାଣରେ ହେଉନଥିବା ରୁ ଚାଷୀ ମାନେ କେନାଲ ଉପରେ ନିର୍ଭରଯୋଗ୍ୟ ପାଣି ନଥିବା ହେତୁ ଚାଷ କାର୍ଯ୍ୟ ହେଉନଥିବା ଚାଷୀ ଅଭିଯୋଗ କରୁଛନ୍ତି ବିଭିନ୍ନ ସ୍ଥାନ ମାନଙ୍କ ରେ କେନାଲ ବଡ଼ ବଡ଼ ଗର୍ତସୃଷ୍ଟି ହେବା ଯୋଗୁଁ ସଠିକ ଭାବେ ପାଣି ଯାଉନଥିବା କହିଛନ୍ତି ଚାଷୀ ଅନ୍ୟପକ୍ଷରେ ଗୋଟିଏ ଦିନ ମଧ୍ୟରେ ଘାଇ ହୋଇଥିବା ସ୍ଥାନରେ ୱାଲ କରାଯାଇ ଦୁଇ ଦିନ ମଧ୍ୟରେ ପାଣି ଛଡାଯିବା ବୋଲି ବିଭାଗୀୟ ଯନ୍ତ୍ରୀ ଶଙ୍କର ବେହେରା ସୂଚନା ଦେଇଛନ୍ତି l ବିଭାଗୀୟ ଅଧିକାରୀ କେବେ ମଧ୍ୟ କେନାଲ ପରିଦର୍ଶନ କରୁନାହାନ୍ତି କି ରକ୍ଷଣାବେକ୍ଷଣ ମଧ୍ୟ ହେଉନଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି l


















