କୃପାସିନ୍ଧୁପୁର ଗ୍ରାମର ସିମରନ ପାଢ଼ୀ ରାଉରକେଲା ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଛାତ୍ରୀ ସି.ବି.ଏସ.ଇ ପରୀକ୍ଷାରେ ଟପ୍ପର

163
ADVERTISEMENT

କୁକୁଡାଖଣ୍ଡି,୦୪/୦୮(ଇ.ରଞ୍ଜନ): ୧୦ମ ମାଧ୍ୟମିକ ଶିକ୍ଷା ବୋର୍ଡ଼ରେ ସର୍ବଭାରତୀୟ ସ୍ତରରେ ୧୩ ଜଣ ବିଦ୍ୟାର୍ଥୀ ୪୯୯ ମାର୍କ ରଖି ଏ ୱାନ ଉତୀର୍ଣ୍ଣ ହୋଇଥିବା ବେଳେ କୁକୁଡାଖଣ୍ଡି ବ୍ଲକ ମସିହା ଖାଲି ପଞ୍ଚାୟତ ଅଧିନସ୍ତ କୃପାସିନ୍ଧୁଗ୍ରାମର ସ୍ବର୍ଗତ ରଜନୀକାନ୍ତ ପାଢ଼ୀ, ଶାନ୍ତିଲତା ପାଢ଼ୀ ଙ୍କ ନାତୁଣୀ ସିମରନ ପାଢ଼ୀ ରାଉଲକେଲା ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ତରଫରୁ ଶୀର୍ଷ ସ୍ଥାନ ଅଧିକାର କରି ୪୯୮ ମାର୍କ ରଖି ଏ ୱାନ ଗ୍ରେଡ଼ରେ ଉତୀର୍ଣ୍ଣ ହୋଇ ସାରା ରାଉଲକେଲା ଜିଲ୍ଲା ସମେତ ଦେଶର ସି.ବି.ଏସ.ସି ବିଦ୍ୟାଳୟ ତରଫରୁ ର ଏ ୱାନ ଶ୍ରେଣୀରେ ପାସ କରି ଶ୍ରେଷ୍ଠ ସଂମ୍ମାନ ଅର୍ଜନ କରିଛନ୍ତି l ସିମ୍ରନ ତାଙ୍କ ବାପା ଙ୍କ ଠାରେ ରାଉଲକେଲା ରେ ରହି ପାଠ ପଢୁଥିଲେ ତାଙ୍କ ବାପା ଭବାନୀ ଶଙ୍କର ପାଢ଼ୀ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସହକାରୀ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ମାତା ସମିତା ପାଢ଼ୀ ଗୃହ କାର୍ଯ୍ୟରେ ଲିପ୍ତ ରହି ଝିଅଙ୍କୁ ପାଠ ପଢାରେ ସହଯୋଗ କରିଥିଲେ l ଏଥି ଯୋଗୁଁ ତାଙ୍କ ମାତାପିତା ସହ ତାଙ୍କ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସିମ୍ରନ ଙ୍କୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ଗ୍ରାମରେ ରହୁଥିବା ପରିବାର ବର୍ଗ ଙ୍କ ସମେତ ବନ୍ଧୁବାନ୍ଧବ ସାହି ପରିଜନ ଓ ସିମ୍ରନଙ୍କ ବଡ଼ବାପା କେଦାରନାଥ ପାଖରେ ମଧ୍ୟ ରହି ଆସୁଥିଲେ ବଡ଼ ବାପା ମଧ୍ୟ ଖୁସୀ ଜାହିର କରିଛନ୍ତି ଚଳିତବର୍ଷ କରୋନା କଟକଣା ଯୋଗୁଁ ପରୀକ୍ଷା ଗୁଡିକ ସ୍ଥଗିତ ଥିବା ବେଳେ ସି.ବି.ଏସ.ଇ ପରୀକ୍ଷା ଅନ୍ୟତମ ଉପାୟରେ ହୋଇଥିଲା ସେଥିରେ ସିମ୍ରନ ପରୀକ୍ଷା ଦେଇ ଦେଶର ସର୍ବାଧିକ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ରୁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ସହ ସାଧୁବାଦ ଜ୍ଞାପନ ଜଣେଇଥିବା ସହ ତାଙ୍କ ଶିକ୍ଷା ବିକାଶରେ ଉର୍ନ୍ନତିହୋଇ ଆଗାମୀ ଦିନରେ ଉର୍ନ୍ନତି କାମନା କରିଥିଲେ l

Advertisement