ବ୍ରହ୍ମପୁର,୦୩/୦୮(ଡ଼ି.ଏଚ/ବ୍ୟୁରୋ): ବ୍ରହ୍ମପୁର ଖଲ୍ଲିକୋଟ କଲେଜ ୧୯୮୨ ଇଣ୍ଟରମିଡିଏଟ ଆଲୁମିନି ସହାୟତାରେ ତଥା ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟର ସହଯୋଗରେ ବ୍ରହ୍ମପୁର ଓ ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଅଞ୍ଚଳ ପାଇଁ ଏକ ‘ମହାପ୍ରୟାଣ’ଯାନ ରବିବାର ଦିନ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବ ତଥା କମିଶନର ଶାଶ୍ୱତ ମିଶ୍ରଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି । ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ଆଲୁମିନି ସଭାପତି ଦିଗ୍ ବିଜୟ ମହାପାତ୍ର ଅଧ୍ୟକ୍ଷତାରେ କରି ବୌଦ୍ଧିକ ଓ ସାମାଜିକ ବିକାଶ ତଥା ଜନହିତକାରୀ କାର୍ଯ୍ୟକ୍ରମ ସମାପନ କରିବା ପାଇଁ ୧୯୮୨ ଇଣ୍ଟରମିଡିଏଟ ଆଲୁମିନି ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରକାଶ କରିଥିଲେ ।ମଣିଷର ଅନ୍ତିମ ଯାତ୍ରା ପାଇଁ ସହାୟକ ହେବାକୁ ଥିବା ମୌଳିକ ଆବଶ୍ୟକତା ‘ମହାପ୍ରୟାଣ’ କୁ ସମର୍ପଣ ଆଲୁମିନି ର ପ୍ରଥମ ଯୋଜନା ।ରୋଟାରୀ କ୍ଳବ ଇଷ୍ଟର ସହଭାଗିତା ଓ ପରିଚାଳନା ଦ୍ବାରା ଏହି ସେବା କାର୍ଯ୍ୟକ୍ଷମ ହେବ ବୋଲି ସଂପାଦକ କାହ୍ନୁ ଚରଣ ଦାଶ ସୂଚନା ଦେଇଥିଲେ । ଅନୁଷ୍ଠିତ ଏହି ଉତ୍ସବରେ ବ୍ରହ୍ମପୁରର ମାନ୍ୟବର ସାଂସଦ ଚନ୍ଦ୍ରଶେଖର ସାହୁ, ମାନ୍ୟବର ବିଧାୟକ ବିକ୍ରମ କୁମାର ପଣ୍ଡା, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ର କୁଳପତି ଡଃ ପ୍ରଫୁଲ୍ଲ କୁମାର ମହାନ୍ତି, ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟର ସଭାପତି କାମରାଜୁ ମହାରଣା, ପୂର୍ବତନ ସଭାପତି ଗୌରୀଶଙ୍କର ପଣ୍ଡା ତଥା ଅନ୍ୟାନ୍ୟ ଅତିଥି ଓ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ରୋଟାରୀ କ୍ଳବର ପୂର୍ବତନ ସଭାପତି ତଥା ଆଲୁମିନି ସଦସ୍ୟ ପ୍ରଦୀପ କୁମାର ପଣ୍ଡା ଏହି ‘ମହାପ୍ରୟାଣ ‘ ପରିଚାଳନା କମିଟିର ଚେୟାରମ୍ୟାନ୍ ଏହି ସେବା ଉପଲବ୍ଧ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଆଲୁମିନିର ଏଭଳି ବଦାନ୍ୟତା ତଥା ଜନହିତକାରୀ ଯୋଜନାକୁ ଉପସ୍ଥିତ ଅତିଥି ବୃନ୍ଦ ପ୍ରଶଂସା କରି ଏହା ଜନାଦୃତ ହେବ ବୋଲି ମତ ବ୍ୟକ୍ତ କରିଥିଲେ ।

















