କୋଦଳା,୧/୦୮(ସୂର୍ଯ୍ୟ ନାରାୟଣ ବଡୁ): ଶନିବାର ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଅରୁଣା” ତରଫରୁ ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକରୁ କୋଭିଡ ୧୯ ସମୟରେ ବାପା ମା ଙ୍କୁ ହରାଇଥିବା ଅନାଥ ଓ ଅସହାୟ ଶିଶୁ ମାନଙ୍କୁ କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କର କମଳରେ ରାସନ ସାମଗ୍ରୀ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମାନ ପ୍ରଦାନ କରାଯାଇଛି । ବାପା ଓ ମା ଙ୍କୁ ହରାଇ ଥିବା ୧୮ ବର୍ଷରୁ କମ ବୟସର ୧୧୫ ଜଣ ପିଲାଙ୍କୁ ଜଣ ପିଛା ୨୪୦୦/- ଟଙ୍କାର ସାମଗ୍ରୀ ବ୍ୟାଗ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ବାକି ରହିଯାଇଥିବା ସମସ୍ତ ଅସହାୟ ପିଲାଙ୍କୁ ଏହି ବ୍ୟାଗ ପ୍ରଦାନ କରାଜିବ ବୋଲି “ଅରୁଣା” ର ସମ୍ପାଦକ ସଦସ୍ୟ ସୌଦାମିନି ରଥ କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସିଡ଼ିପିଓ ସନ୍ଧ୍ୟା ରାଣୀ ପାଣିଗ୍ରାହୀ ,ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ,ଫାଶୀ ସରପଞ୍ଚ ନବୀନ କୁମାର ଦଳେଇ,ସମାଜସେବି ମହେଶ୍ୱର ବରାଡ ପ୍ରମୁଖ ଯୋଗଦେଇ ଥିବା ବେଳେ ପ୍ରମୋଦ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

















