ପୁରୁଷୋତ୍ତମପୁର ଷୋହଳ ଖଣ୍ଡ ଗୋପାଳ ସମାଜ ପଶ୍ଚିମ ମୁଠା କର୍ମକର୍ତ୍ତା ଚୟନ

205
ADVERTISEMENT

ବ୍ରହ୍ମପୁର,୩୧/୦୭(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ବାବା ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣ ଠାରେ ପୂର୍ବଖଣ୍ଡ ଷୋହଳ ଖଣ୍ଡ ଗୋପାଳ ସମାଜର ତାଳୁକାର ସଭାପତି ଶିବରାମ ଗୌଡ଼ଙ୍କ ସଭାପତିତ୍ୱରେ ପୁରୁଷୋତ୍ତମପୁର ଅଞ୍ଚଳ ତିନୋଟି ମୁଠାର ମୁଠା ନିର୍ବାଚନକୁ ପରିଚାଳନା କରିଥିଲେ l ଏହି ନିର୍ବାଚନ ପ୍ରତେକ ପାଞ୍ଚ ବର୍ଷକୁ ଥରେ ନିର୍ବାଚନ କରାଯିବା ନିୟମ ଥିବାରୁ ପୁରୁଷୋତ୍ତମପୁର ଅଞ୍ଚଳ ଚାଙ୍ଗୁଡିଆପଦର ସାହି, ନନ୍ଦିକ ସାହି,ପୁରୁଣା ଜଗନ୍ନାଥ ସାହିର ଏହି ତିନୋଟି ସାହିର ଗ୍ରାମ୍ୟ କମିଟି ସଦସ୍ୟଙ୍କ ଦ୍ୱାରା ଗୋଟାଏ ପଶ୍ଚିମ ମୁଠାରେ ସଭାପତି ଅରୁଣ କୁମାର ଗୌଡ଼,ଉପସଭାପତି ଜଗନ୍ନାଥ ମହାଙ୍କୁଡ,ସମ୍ପାଦକ ଅଶୋକ କୁମାର ମହାଙ୍କୁଡ, ସହ-ସତ୍ୟନାରାୟଣ ମହାଙ୍କୁଡ,କୋଷାଧ୍ୟକ୍ଷ ଗଠନ କରାଯାଇଛି l ସେହିପରି,ପୂର୍ବମୁଠା ପୋଷ୍ଟଅଫିସ ସାହି,ଅମୁଣିଆ ସାହି, କଂସାରୀସାହିକୁ ଗ୍ରାମ୍ୟ କମିଟିର ସଦସ୍ୟଙ୍କ ଦ୍ୱାରା ମୁଠା ସଭାପତ-ମନୋଜ କୁମାର ଗୌଡ଼, ଉପ-ସଭାପତି ବୁଲୁ ଗୌଡ଼,ସମ୍ପାଦକ ସୁରେନ୍ଦ୍ର ଗୌଡ଼,ସହସମ୍ପାଦକ କାଶୀନାଥ ଗୌଡ଼,କୋଷାଧ୍ୟକ୍ଷ ମହେଶ୍ୱର ଗୌଡ଼ଙ୍କୁ କମିଟି ଗଠନ କରାଯାଇଛି l ଅନ୍ୟ ମୁଠା ମଧ୍ୟରେ ଚଢେଇଆପଲ୍ଲୀ,କୁମ୍ଭାରୀ ଗାଁ ମୁଠାକୁ ଗ୍ରାମ୍ୟ ପରିଷଦର ସଦସ୍ୟଙ୍କ ସହମତିରେ ସଭାପତି-ରଞ୍ଜନ କୁମାର ଗୌଡ଼,ଉପ-ସଭାପତି ବିଚିତ୍ର କୁମାର ଗୌଡ଼,ସମ୍ପାଦକ ସନ୍ତୋଷ କୁମାର ଗୌଡ଼,ସହ-ସମ୍ପାଦକ ଭାରତ ଗୌଡ଼-କୋଷାଧ୍ୟକ୍ଷ କାମ୍ପ ଗୌଡ଼ଙ୍କୁ ସହମତିରେ ଚୟନ କରି ମୁଠା ଗଠନ କରାଯାଇଥିବା ତାଳୁକା ସଭାପତି ଶିବରାମ ଗୌଡ଼ ସୂଚନା ଦେଇଥିଲେ l ପୁରୁଷୋତ୍ତମପୁର ଅଞ୍ଚଳ ଗୌଡ଼ ସମାଜ କର୍ମକର୍ତା ପର୍ଶୁରାମ ଗୌଡ଼, ଅଶୋକ କୁମାର ମହାଙ୍କୁଡ, ବିଦ୍ୟାଧର ଗୌଡ଼, ଅନନ୍ତଗୌଡ଼, ମନୋଜ ଗୌଡ଼, ରମେଶ ଚନ୍ଦ୍ର ଗୌଡ଼ ସହଯୋଗ କରିଥିଲେ l

Advertisement