Tuesday, September 8, 2026
ADVERTISEMENT
Home Uncategorized ନିର୍ମାଣ ଶ୍ରମିକ ପଞ୍ଜିକରଣ ଆବେଦନ କାର୍ଯ୍ୟକ୍ରମ

ନିର୍ମାଣ ଶ୍ରମିକ ପଞ୍ଜିକରଣ ଆବେଦନ କାର୍ଯ୍ୟକ୍ରମ

174
ADVERTISEMENT

କୁକୁଡାଖଣ୍ଡି,୩୧/୦୭(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଆଜି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା କାର୍ଯ୍ୟରେ ୧ ଶହ ଦିନ କାର୍ଯ୍ୟରେ ନିୟୋଜିତ ଥିବା ପ୍ରାୟ ସମସ୍ତ ପଞ୍ଚାୟତର ଶ୍ରମିକ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ଼ ତରଫରୁ ସରକାରଙ୍କ ମିଳୁଥିବା ସମସ୍ତ ପ୍ରକାର ସାହାଯ୍ୟ ସୁବିଧା ନିମନ୍ତେ ନିର୍ମାଣ ଶ୍ରମିକ କାର୍ଡ ମାଧ୍ୟମରେ ଯୋଗାଇବା ଲକ୍ଷ୍ୟ ନେଇ ଶ୍ରମିକ ମାନଙ୍କୁ ପ୍ରଶାସନ ପକ୍ଷରୁ ଏକତ୍ରିତ କରି ନିର୍ମାଣ ଶ୍ରମିକ ବୋର୍ଡ଼ରେ ନାମ ସଂଯୋଗ କରିବା ପାଇଁ ଶ୍ରମିକ ଆବେଦନ ପର୍ମ ପୂରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ନିରୀକ୍ଷୀକ ଶୁଭ ଲକ୍ଷ୍ମୀ ମହାରଣା ଯୋଗଦେଇଥିବା ବେଳେ ବିଜୟ ମଲ୍ଲିକ କିରାଣୀ ଉପସ୍ଥିତରେ ପର୍ମ ପୂରଣ କରାଯିବା ସହ ୨୨ ଟି ପଞ୍ଜିକୃତ ଶ୍ରମିକ କାର୍ଡ ପ୍ରଧାନ କରିଥିଲେ l ଏଥିରେ ସମସ୍ତ ଗ୍ରାମୀଣ ରୋଜଗାର ସେବକ ମାନେ ଉପସ୍ଥିତ ଥିବା ବେଳେ ଗ୍ରାମ ସାଥି ଉପସ୍ଥିତ ରହି ଶ୍ରମିକ ମାନଙ୍କୁ ସହଯୋଗ କରିଥିଲେ l

Advertisement