କୁକୁଡାଖଣ୍ଡି,୨୭/୦୭(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକ ଜଗଦଳପୁର ବ୍ରହ୍ମପୁର ପ୍ରାନ୍ତରେ ଅବସ୍ଥାପିତ ଗ୍ରାମର ବୀରଯବାନ ଏସ. ଶ୍ରୀନିବାସ ପାତ୍ର ୧୯୯୯ ମସିହା ଜୁନ ୫ ବିଗତ ତାରିଖରେ ଭାରତ ଶତ୍ରୁତା ସୃଷ୍ଟି କରୁଥିବା ପଡ଼ୋଶୀ ଦେଶ ପାକିସ୍ତାନ ସହ ଭାରତର କାର୍ଗିଲ ଯୁଦ୍ଧ ଜାରିରହିଥିବା ବେଳେ ଦେଶଦେଶ ମଧ୍ୟରେ ଲଢେଇ ମଧ୍ୟରେ ଅନେକ ଭାରତ ସୈନ୍ୟଙ୍କ ପ୍ରାଣହାନି ଘଟିଛି l ଏଥିରେ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ବ୍ରହ୍ମପୁର ପ୍ରାନ୍ତରେ ଥିବା ଜଗଦଳପୁର ଗ୍ରାମର ବୀରପୁତ୍ର କୁହାଯାଉଥିବା ଶ୍ରୀ ଶ୍ରୀନିବାସ ପାତ୍ରଙ୍କ ବାହାଘରର ୧୦ ଦିନ ବିତିନଥିଲେ ମଧ୍ୟ କାର୍ଗିଲ ଯୁଦ୍ଧରେ ଯୋଗଦାନ ପାଇଁ ଖବର ଆସିବା ମାତ୍ରେ ତତକ୍ଷଣେ ନବବିବାହିତ ସ୍ତ୍ରୀ ଓ ପରିବାର ବର୍ଗଙ୍କୁ ଛାଡ଼ି କାର୍ଗିଲ ଯୁଦ୍ଧରେ ଯୋଗଦେଇ ପାକିସ୍ତାନ ସୈନ୍ୟଙ୍କୁ ଆକ୍ରମଣ କରି ସହିଦ ହୋଇଥିଲେ l ଏଣୁ ସରକାରଙ୍କ ଦ୍ୱାରା ଜାତୀୟ ସ୍ତରୀୟ ପ୍ରସ୍ତୁତ ହୋଇଥିବା କାର୍ଗିଲଦିବସ ୨୬ ଜୁଲାଇ ରେ ଶ୍ରୀ ପାତ୍ରଙ୍କ ନିଜ ଜନ୍ମମାଟିର କୁନିକୁନି ପିଲାଙ୍କ ଠାରୁ ବୃଦ୍ଧିଜୀବୀ, ଯୁବ ପିଢ଼ି,ଓ ଗ୍ରାମରେ ଵାସକରୁଥିବା ସାଧାରଣ ବର୍ଗ ଲୋକମାନେ କାର୍ଗିଲ ଦିବସ ଉତ୍ସାହର ସହ ନିକଟବର୍ତ୍ତୀ ପ୍ରଶାସନିକ ଓ ରାଜନୌତିକଦଳ ସହ ବିଭିନ୍ନ ବହୁମୁଖୀ ସଂଘଟନ ମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ବିଭିନ୍ନ ସ୍ଲୋଗାନ ଦେଇ ତାଙ୍କ ସ୍ମୁତି ଉଚ୍ଚାରଣ କରି ପାଳନ କରନ୍ତି କିନ୍ତୁ କୋଭିଡ଼ ମହାମାରୀ ୨ବର୍ଷ ଧରି ହନ୍ତସନ୍ତ କରୁଥିଲେ ମଧ୍ୟ ଏହାର ବିକଳ୍ପ ଉପାୟ ମାସ୍କ ବ୍ୟବହାର କରି ପ୍ରଶାସନିକ ରାଜନୈତିକ ଦଳ ମାନଙ୍କୁ ନେଇ ଏହି ପର୍ବ ପାଳନ କରାଯାଇଛି l ଏଥିରେ ଗ୍ରାମରେ ରହୁଥିବା ସହିଦ ଏସ. ଶ୍ରୀନିବାସ ପାତ୍ର ଭାଇ ଏସ. ତ୍ରିଲୋଚନ ପାତ୍ର ଯୋଗଦେଇ ଥିବା ବେଳେ ପ୍ରଶାସନିକ ଅଧିକାରୀ ଭାବେ କୁକୁଡାଖଣ୍ଡି ବିଡ଼ିଓ ଗଦାଧର ପାତ୍ର, ତହସିଲଦାର କଲ୍ୟାଣୀ ସଂଘ ମିତ୍ରା ଦେବି,ସଦର ପୋଲିସ ଥାନା ଅଧିକାରୀ ମହେନ୍ଦ୍ର କୁ ସାହୁ ଗ୍ରାମର ସରପଞ୍ଚ ହାଡୁବନ୍ଧୁ,ବେହେରା,ନେତୃତ୍ବ ନେଉଥିବା ସୁଦାମ ପାତ୍ର ବଜେପି ନେତା ରାମପାତ୍ର, ଚିନ୍ମୟନନ୍ଦଦାଶ,ପୂର୍ବତନ ସରପଞ୍ଚ ପୁରୁଷୋତ୍ତମପାତ୍ର, ରବୀନ୍ଦ୍ର ପାତ୍ର,ବାବୁଲା ପାତ୍ର,ତ୍ରିନାଥ ପାତ୍ର କେ. ତ୍ରିପତି ଦାଶ ରାମାୟ ପାତ୍ର ସମେତ ବହୁ ବିଭିନ୍ନ ସଂଘଟନ ଦାୟିତ୍ୱରେ ଥିବା ବହୁ କର୍ମକର୍ତ୍ତା ସମେତ ଉଦ୍ୟମରତ ଯୁବକ ଙ୍କ ଦ୍ୱାରା ଏହି କାର୍ଗିଲ ବିଜୟ ଦିବସ ପାଳନ ହୋଇଯାଇଛି l


















