କୋଦଳା,୨୭/୦୭(ସୂର୍ଯ୍ୟ ନାରାୟଣ ବଡୁ): ଅନେକ ନକଲି ସଂସ୍ଥା ନିରୀହ ଲୋକଙ୍କୁ ଲୋନ କରାଇବା ଲୋଭ ଦେଖାଇ ଲୁଟ କରୁଥିବା ନଜର ରହିଛି । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ କେ.ବରିଡା ଅଞ୍ଚଳରେ । କୋଡିଏ ହଜାର ଗ୍ରୁପ ଲୋନ କରାଇ ଦେବା କହି ନିରୀହ ମହିଳାଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟୁଛି ଏହି ନକଲି ସଂସ୍ଥା l ସୂଚନା ଅନୁଯାୟୀ ଗତମାସରେ କେ. ବରିଡା ଗ୍ରାମର ମୁଖ୍ୟ ରାସ୍ତାରେ ଗୋଟିଏ ଘର ଭଡା ସୂତ୍ରରେ ନେଇ cmcshg ନିଧି ଲିମିଟେଡ଼ ନାମକ ଏକ ସଂସ୍ଥା ଗଠନ କରି ଆଖପାଖ ଅଞ୍ଚଳର ନିରୀହ ମହିଳା ମାନଙ୍କ ଠାରୁ ବିଭିନ୍ନ ପ୍ରଲୋଭନ ଦେଖାଇ ହଜାର ହଜାର ଟଙ୍କା ସଂଗ୍ରହ କରି ଏହି ସଂସ୍ଥାର କର୍ମଚାରୀ ମାନେ ଚମ୍ପଟ ମାରିବା ବେଳେ ଗ୍ରାମବାସୀ ଜଣେ କର୍ମଚାରୀଙ୍କୁ ଅଟକ ରଖିଥିବା ଦେଖିବାକୁ ମିଳିଛି l ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥିତ ସହିଦ ନଗରରେ ରହି ଏହି ସଂସ୍ଥା ବିଭିନ୍ନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ପୂର୍ବରୁ ନଜିର ରହିଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ଠକେଇ ଯୋଜନାରେ ଏହି ସସ୍ଥା ସ୍ଥାପନା କରାଯାଇଥିବା ଜଣା ପଡିଛି l ଲୋକଙ୍କ ଟଙ୍କା ନଫେରାଇବା ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଅଟକ ରଖାଯିବା ନେଇ ଠକେଇ ହୋଇଥିବା ମହିଳା ମାନେ କହିଥିବା ବେଳେ ଏହି ଫ୍ରଡ଼ ସଂସ୍ଥା କିଭଳି ଏହି ଅଞ୍ଚଳରେ ଖୋଲିଲା ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।


















