ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ହାତାହାତି

168
ADVERTISEMENT

କୁକୁଡାଖଣ୍ଡି,୨୪/୦୭(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକ ରୋହିଗାଁ ପଂଚାୟତରେ ଚାଲିଥିବା ଏକ ପୋଖରୀ ଉନ୍ନୟନ ମୂଳକ କାର୍ଯ୍ୟ ଲାଗି ଉକ୍ତ ପଂଚାୟତର ପୂର୍ବତନ ସରପଞ୍ଚ ଓ ବର୍ତମାନ ସରପଞ୍ଚଙ୍କ ପୁଅଙ୍କ ମଧ୍ୟରେ ହାତାହାତି ହୋଇଥିବା ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ l କୁକୁଡାଖଣ୍ଡି ବ୍ଲକ ରୋହିଗାଁ ପଞ୍ଚାୟତ ପୂର୍ବରୁ ଶତ୍ରୁତା ନେଇ ବିଭିନ୍ନ ସମୟରେ ଅଶାନ୍ତ ହୋଇରହିଛି l ଫଳରେ ପଂଚାୟତର ଦୁଇ ଗୋଷ୍ଠୀ ବିବାଦ ଅନ୍ତ ଘଟାଇ ଏକତ୍ର ହୋଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଦଳ ଭିତରେରେ ବିକାଶ ମୂଳକ କାର୍ଯ୍ୟକୁ ନେଇ ଶତ୍ରୁତା ଲାଗିରହିଛି l ଏହାକୁ ନେଇ ବ୍ଲକ ନିକଟରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି l ରୋହିଗାଁ ପଞ୍ଚାୟତର ପାଣ୍ଡିଆଝୋଳି ଗ୍ରାମର ନୂଆ ବନ୍ଦ କାର୍ଯ୍ୟକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟିହୋଇଛି l ଗ୍ରାମର ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ସିଂ ପୋଖରୀ ସରକାରୀ ନିୟମ ଅନୁଯାୟୀ ଜୁନ ମାସରେ କାହିଁକି ଶେଷ ନକରି ଆଇନକୁ ଉଲଂଘନ କରି ତାହା ଜୁଲାଇ ମାସରେ ସମ୍ପାଦନ କରୁଥିବା ଅଭିଯୋଗ ପ୍ରଶାସନ ଦୃଷ୍ଟି ଆକର୍ଷଣ କରୁଥିବାରୁ ଉକ୍ତ ପଞ୍ଚାୟତର ସରପଞ୍ଚଙ୍କ ପୁତ୍ର ବୈଶିଷ୍ଟ୍ୟ ଜେନା ଏବଂ ତାଙ୍କ ସହଯୋଗୀ ବ୍ଲକ ପରିସରରେ ହାତାହାତି ହେବା ସହ ସଂଗ୍ରାମଙ୍କୁ ଆକ୍ରମଣ କରିଥିବାନେଇ ସଂଗ୍ରାମ ଥାନା ରେ ଅଭିଯୋଗ କରିଛନ୍ତି l ଅନ୍ୟପକ୍ଷେ ବୈଶିଷ୍ଟ୍ୟ ଜେନା ମଧ୍ୟ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ବାଧା ଉପୁଯାଉଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି l ଏହାକୁ ନେଇ ଥାନା ଅଧିକାରୀ ମହେନ୍ଦ୍ର ସାହୁ ତଦନ୍ତ କରି ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି l ଏଥିରେ ସଂଗ୍ରାମଙ୍କ ଜଣେ ସହଯୋଗୀ ଅଜୟ ସ୍ୱାଇଁ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି l

Advertisement