ଭି.ସୁଜ୍ଞାନ ଦେଓଙ୍କ ଜନ୍ମ ଦିନ ଅବସରରେ ଦ୍ଵିତୀୟ ରକ୍ତଦାନ ଶିବିର ଅନୁଷ୍ଠିତ

148
ADVERTISEMENT

କୋଦଳା,୨୪/୦୭(ସୂର୍ଯ୍ୟ ନାରାୟଣ ବଡୁ): ବେଗୁନିଆପଡା ବ୍ଲକର ସାଙ୍କୁଡ଼ା ସ୍ଥିତ ଧବଳେଶ୍ୱର ବିଦ୍ୟାପୀଠ ପରିସରରେ ଖଲ୍ଲିକୋଟ ରାଣୀ ସହେବା ତଥା କବିସୂର୍ଯ୍ୟନଗର ଓ ଖଲିକୋଟର ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ୮୪ ତମ ଜନ୍ମ ଦିବସ ଅବସରରେ ଶୁକ୍ରବାର ଦ୍ଵିତୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ୱାବଧାନରେ ଓଡିଶା ମୋ ପରିବାର ଓ ଜିବନ ବିନ୍ଦୁ ଏବଂ ବିଜୁ ଜନତା ଦଳ ବେଗୁନିଆପଡ଼ା ବ୍ଲକ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ବିଧାୟିକା ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ । ଅଗଷ୍ଟ ୫ ତାରିଖରେ ସୁଜ୍ଞାନଙ୍କ ଜନ୍ମ ଦିନ ପଡୁଥିବା ବେଳେ ଜୁଲାଇ ୧୮ ତାରିଖରେ କାଳିମେଘି ଠାରେ ପ୍ରଥମ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଆଜି ଦ୍ଵିତୀୟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରରେ ୧୨୨ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଏଥିରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜୀବନ ବିନ୍ଦୁ ର ଜିଲ୍ଲା ସଂଯୋଜକ ସୁବାସ ଚନ୍ଦ୍ର ମହାରଣା , ଆସିକା ସାଂସଦୀୟ କ୍ଷେତ୍ରର ସଂଯୋଜକ ନିର୍ମଳ ସାହୁ , ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ପୂର୍ବତନ ଜିଲ୍ଲା ପରିଷଦ କାଶୀ ନାଥ ବେହେରାଙ୍କ ସମେତ ସରପଞ୍ଚ,ସମିତି ସଭ୍ୟ , ବିଜେଡି କର୍ମକର୍ତ୍ତା ଓ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Advertisement