କୋଦଳା,୨୪/୦୭(ସୂର୍ଯ୍ୟ ନାରାୟଣ ବଡୁ): ଗଞ୍ଜାମ ଜିଲ୍ଲା କୋଦଳା ନୋଡାଲ ବାଳିକା ବିଦ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ଓ ସମୂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ କୋଦଳା ଫରେଷ୍ଟର କୋରା ପ୍ରସାଦ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲା ବେଳେ ସମସ୍ତଙ୍କୁ ବୃକ୍ଷ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ଲଗାଇବାକୁ ଆହ୍ୱାନ ଦେଇଥିଲେ | ପରିବେଶ ସନ୍ତୁଳନ ରକ୍ଷା ରଖିବାକୁ ବୃକ୍ଷ୍ୟ ରୋପଣ ଏକ ମାତ୍ର ବିକଳ୍ପ ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ କହିଥିଲେ |ସମ୍ମାନିତ ଅତିଥି ଭାବେ ଋଷିକୁଲ୍ୟା ରୟତ ମହାସଭା ସାଧାରଣ ସମ୍ପାଦକ ଭାସ୍କର ନାୟକ ଉପସ୍ଥିତ ରହି ବୃକ୍ଷ୍ୟ ରୋପଣ କରିଥିଲେ l ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ /ଶିକ୍ଷୟତ୍ରୀ ଅଶୋକ କୁମାର ପଳତା, ସିମାଞ୍ଚଳ ଗୌଡ଼, ଗିରିଧାରୀ ସେଠି, ମାନସ ରଞ୍ଜନ ଦାସ, ମମତା ମିଶ୍ର, ସୁଦେଷ୍ନା ମହାପାତ୍ର, ଭାଗ୍ୟଲତା ଦାଶ, ସରସ୍ବତୀ ସୁବୁଦ୍ଧି, ଜିତେନ୍ଦ୍ର କୁମାର ଷଡ଼ଙ୍ଗୀ, ବିଷ୍ଣୁ ପ୍ରସାଦ ଶତାପଥୀ ଓ କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l


















