କୋଦଳା,୨୪/୦୭(ସୂର୍ଯ୍ୟ ନାରାୟଣ ବଡୁ): କୋଦଳା ଅଞ୍ଚଳର ଆରାଧ୍ୟ୍ୟ ଦେବତା ବାବା ଦଣ୍ଡିଶ୍ୱର ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟକ ଦିନ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସୁଥିବା ବେଳେ ମନ୍ଦିର ମୁଖଶାଳାରେ ହିଁ ମଦ ବ୍ୟବସାୟ ସହିତ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୂରଭାବ ଦେଖିବାକୁ ପଡୁଛି l ମଦ ବିକ୍ରୀର ଉତ୍କୃଷ୍ଟ ଜାଗା ଯେମିତି ଅନ୍ୟ କେଉଁଠି ନାହିଁ l ବହୁ ସମୟ ଧରି ମନ୍ଦିର ପ୍ରଶାସନ ଚେଷ୍ଟା କରୁଥିଲେ ସୁଦ୍ଧା ମଦ ବ୍ୟବସାୟ ବନ୍ଦ ହୋଇପାରୁ ନ ଥିଲା l କିନ୍ତୁ କିଛିଦିନ ହେଲା ଦଣ୍ଡିଶ୍ୱର ଛକର ମହିଳା ଗୋଷ୍ଠୀର ମହିଳାମାନେ ଛକରେ ମଦର ବ୍ୟାପକ ବିକ୍ରି ହେଉଥିବାରୁ ପୁରୁଷ ମାନେ ମଦ ପିଇ ଘରେ ଝଗଡା ଶୃଷ୍ଟି କରିବା ଫଳରେ ଘରେ ଆଶାନ୍ତି ଶୃଷ୍ଟି ହେଉଥିବାରୁ ମଦ ବିରୋଧୀ ଅଭିଯାନ ଆରମ୍ଭ କରି ଦୋକାନ ବନ୍ଦ କରିବା ସହିତ ଗୋଟିଏ ପରିତ୍ୟକ୍ତ କୋଠ ଘରକୁ ଭାଙ୍ଗିଦେବା ସହିତ ପୋଲିସରେ ଲିଖିତ ଏତଲା ଦେଇଥିଲେ l ତଥାପି ସେଥିରେ କିଛି ସୁଫଳ ନ ମିଳିବାରୁ କୋଦଳା ଖଡୁରା ନୂଆଁ ସାହି, ଖଲ୍ଲିିକୋଟ ରାସ୍ତା,ଖଡୁରା ଗୋରଜି ସାହିର କିଛି ମହିଳା ସମେତ ଯାତ୍ରା କମିଟିର କିଛି ସଦସ୍ୟ ଏହାର ପ୍ରତିବାଦ କରିବା ସହିତ ଦଣ୍ଡିଶ୍ୱର ଛକରେ ମଦ ବନ୍ଦ କରିବା ପାଇଁ ଏକ “ମଦ ମୁକ୍ତ ଅଞ୍ଚଳ ” ଲେଖାଥିବା ସୂଚନା ଫଳକ ଲଗାଇ ଜନସାଧାରଣଙ୍କ ଠାରୁ ସହଯୋଗ କାମନା କରିଛନ୍ତି । ସରକାରୀ ହେଉ କି ବେସରକାରୀ ମଦ ବିକ୍ରି ସମ୍ପୂର୍ଣ ବନ୍ଦ କରା ନ ଯିବା ପର୍ଯ୍ୟନ୍ତ ଏମିତି ଆନ୍ଦୋଳନ ଚାଲୁରହିବ ଏବଂ ଆବଶ୍ୟକ ପଡିଲେ ଥାନା ଆଗରେ ମହିଳାମାନେ ଧାରଣାରେ ବସିବା ସହିତ ରାଜରାସ୍ତା ଅବରୋଧ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

















