କୋଦଳା ପୋଲିସକୁ ମିଳିଛି ବଡ ସଫଳତା

166
ADVERTISEMENT

କୋଦଳା,୨୩/୦୭(ସୂର୍ଯ୍ୟ ନାରାୟଣ ବଡୁ): ଗୁରୁବାର କୋଦଳା ପୋଲିସକୁ ବଡ଼ ସଫଳତା ମିଳିଛି l ଗତ ଜୁଲାଇ ୫ ତାରିଖରେ ଜଣେ ରୁପା ବ୍ୟବସାୟୀଙ୍କ ଡ଼ିକି ଭାଙ୍ଗି ରୁପା ଅଳଙ୍କାର ଲୁଟି ନେଇଥିବା ତିନି ଦୁର୍ବୁର୍ତ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରିବା ସହିତ ୪ କିଲୋ ୫୦୦ ଗ୍ରାମର ବିଭିନ୍ନ କିସମର ରୁପା ଅଳଙ୍କାର ଜବତ କରିଛନ୍ତି ଏବଂ ଅନ୍ୟ ଦୁଇଜଣ ଫେରା଼ର ଥିବାନେଇ ପ୍ରେସମିଟ ଜରିଆରେ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ଉପସ୍ଥିତିରେ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ପ୍ରକାଶ କରିଛନ୍ତି l ପ୍ରକାଶ ଥାଉ କି ଜୁଲାଇ ୫ ତାରିଖ ସକାଳ ଆଠ ଘଣ୍ଟ ସମୟରେ ରୁପା ବ୍ୟବସାୟୀ ଶିବରାମ ସେନାପତି ପ୍ରତିଦିନ ଭଳି ଦିଗାପଡା ରୋଡ ଠାରେ ଥିବା ନିଜ ରସ ଦୋକାନ ଆଗରେ ନିଜର ଗାଡି ରଖି ଦୋକାନ ଭିତରକୁ ଯାଇଥିବା ବେଳେ ହଠାତ ରାସ୍ତାରେ ପାଟିତୁଣ୍ଡ ଶୁଣି ଦାଣ୍ଡକୁ ଆସି ଦେଖିବା ବେଳେ ଏକ ଝାରଖଣ୍ଡ ମୋଟର ସାଇକଲରେ ଦୁଇ ଦୁର୍ବୁର୍ତ୍ତ ଆସି ଗାଡି ଡ଼ିକି ଭାଙ୍ଗି ବେପାର ପାଇଁ ରଖିଥିବା ଏକ ରୁପା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲେ l ପଛରେ କିଛି ଲୋକ ଗୋଡ଼ାଇଥିଲେ ସୁଦ୍ଧା ମୋଟର ସାଇକଲ ର ଦ୍ରୁତ ଗତି ଆଗରେ ହାର ମାରିଥିଲେ l ଦୁର୍ବୁର୍ତ୍ତଙ୍କ ଗାଡିଟି ଖଲ୍ଲିକୋଟ ଅଭିମୁଖେ ଯାଇଥିବା ବେଳେ ତାକୁ ପିଛା କରି ଶିବ କଞ୍ଚଣା ପର୍ଯ୍ୟନ୍ତ ଗୋଡ଼ାଇ ବିଫଳ ହୋଇ ଫେରି ପୋଲିସରେ ଏତଲା ଦେଇଥିଲେ l ଏତଲା ପାଇ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ପୋଲିସ ତଦନ୍ତ ଆରମ୍ଭ କରି ବସଷ୍ଟାଣ୍ଡ ଦୋକାନ ମାନଙ୍କ ରେ ଲାଗିଥିବା ଶିଶି ଟିଭି ଫୁଟେଜକୁ ଅନୁସରଣ କରି ଆଜି କୋଦଳା ରେଞ୍ଜର ବଙ୍ଗଳା ମରାଠି ସାହି ନାଗେଶ୍ୱର ପ୍ରଧାନଙ୍କ ପୁଅ ରାଙ୍ଗା ପ୍ରଧାନକୁ ଗିରଫ କରିଥିବା ବେଳେ ଯାଜପୁର ଜିଲ୍ଲା ଦେଶୀମାଣିଆ ସାହି ଗ୍ରାମର ଛୋଟୁ ବିଜୟ ପ୍ରଧାନ ଓ ଗୁଣି ପ୍ରଧାନ ଫେରାର ହୋଇଯାଇଥିବା ନେଇ ଏସ୍ଡ଼ିପିଓ ସୂଚନା ଦେଇଛନ୍ତି l

Advertisement