ବ୍ରହ୍ମପୁର,୨୨/୦୭(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ଋଷିକୂଲ୍ୟା ବାଲିଆ ନଦୀଘାଟରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ସମୟରେ ୩୦ରୁ ଉର୍ଦ୍ଧ ଟ୍ରିପର ଓ ଟ୍ରକ ଜବତ ସହ ୧୦ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲଦାର ନିତିଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ନଦୀଘାଟରୁ ବାଲି ଲିଜ୍ ୩ବର୍ଷ ଅବଧି ଗତ ୧୭ ତାରିଖରେ ସରି ଯାଇଛି । କିନ୍ତୁ ଗତକାଲି ଅପରାହ୍ନରେ ଏସମସ୍ତ ଗାଡି ରେ ବାଲି ଚାଲାଣ ବେଳେ କୌଣସି ସୂତ୍ରରୁ ପୁରୁଷୋତ୍ତମପୁର ତହସିଲଦାର ସମେତ ରାଜସ୍ୱ ବିଭାଗ ଅଧିକାରୀ ଖବର ପାଇ ଚଢ଼ାଉ କରିଥିଲେ । ସମସ୍ତ ଗାଡି ଜବତ ସହ ୧୦ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜରିମାନା ଆଦାୟ କରାଯାଇଛି । ଗତକାଲି ଧରପଗଡ ବେଳେ ୩୦ରୁ ଉର୍ଦ୍ଧ ଗାଡି ଜବତ କରାଯାଇଥିବା ବେଳେ ବାଲି ଉତ୍ତୋଳନ ପାଇଁ ବ୍ୟବହୃତ ହିଟାଚି ଜବତ ହୋଇ ନଥିଲା । ତହସିଲଦାର ଏସବୁ ହିଟାଚି କୁ ଅଫିସକୁ ଆଣିବା ସମ୍ବବ ନଥିଲା

















