କୋଦଳା,୨୨/୦୭(ସୂର୍ଯ୍ୟ ନାରାୟଣ ବଡୁ): ବାଲ୍ୟ ବିବାହ ରୋକିଲା ବେଗୁନିଆପଡା ପ୍ରଶାସନ ଓ ବ୍ରହ୍ମପୁର ଚାଇଲଡ ଲାଇନ l ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତ ସାନ ସିଦ୍ଧପଲ୍ଲୀ ଗ୍ରାମରେ ଏକ ବାଲ୍ୟବିବାହ ହେଉଥିବା ଖବର ପାଇ ପ୍ରଶାସନ ଓ ଚାଇଲ୍ଡ ଲାଇନ ମିଳିତଭାବେ ଆତର୍କିତ ଚଢ଼ାଉ କରିଥିଲେ । ସିଦ୍ଧପଲ୍ଲୀ ଗ୍ରାମର ଜଣେ ନାବାଳିକା କନ୍ୟାକୁ ସାନ ସିଦ୍ଧପଲ୍ଲୀ ଗ୍ରାମର ପିଣ୍ଟୁ ପ୍ରଧାନ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଚାରିଦିନ ପୂର୍ବରୁ ନିଜ ଘରେ ଆଣି ରଖିଥିଲା । ସୂଚନା ପାଇ ବେଗୁନିଆପଡ଼ା ବାଲ୍ୟବିବାହ ନିଷେଧ ଅଧିକାରି ତଥା ଶିଶୁଵିକାଶ ପ୍ରକଳ୍ପ ଅଧିକାରୀଣି ସନ୍ଧ୍ଯାରାଣୀ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ଚାଇଲ୍ଡ ଲାଇନ ସଦସ୍ୟ ମାନେ ଆସି ଉକ୍ତ ଗ୍ରାମରେ ପହଞ୍ଚି ଉଭୟ ପରିବାରକୁ ଏହି ବିବାହ ନକରିବା ପାଇଁ କହିଥିଲେ । ଏବଂ ବୁଝା ସୁଝା କରି ଝିଅକୁ ନିଜ ବାପା ଘରକୁ ପଠାଇବାରେ ସଫଳ ହୋଇଥିଲେ । ଝିଅଟିକୁ ୧୮ ବର୍ଷ ପୂର୍ତ୍ତି ହେଲେ ଉଭୟଙ୍କୁ ବିବାହ କରାଯିବ ବୋଲି ଉଭୟ ପକ୍ଷ ରାଜି ହୋଇଥିଲେ l ବୋଲି ଏହି ସମୟରେ ସରପଞ୍ଚ ସତୀଶ ରଞ୍ଜନ ତାରେଣୀ, ଅଙ୍ଗନୱାଡ଼ି ସୁପରଭାଇଜର, ବେଗୁନିଆପଡା ଫାଣ୍ଡି ପୋଲିସ ,ଜି ଆର୍ ଏସ୍ ସିତାରାମ ପଟ୍ଟନାୟକ, ଚାଇଲ୍ଡ ଲାଇନ ର ପରାମର୍ଶଦାତ୍ରୀ ପ୍ରିୟଙ୍କା ବେହେରା, ସଦସ୍ୟ ରଞ୍ଜିତ ବେହେରା, ଅଙ୍ଗନୱାଡି କର୍ମୀ ସୁଜ୍ଞାନୀ ସେଠୀ ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ ଝିଅର ବାପା ମା ଝିଅକୁ ସାଙ୍ଗରେ ନେଇ ନିଜ ଘରକୁ ଫେରିଥିଲେ ଓ ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ l


















