ବ୍ରହ୍ମପୁର : କୋଭିଡ ଗାଇଡ଼ ଲାଇନ ରିତିକାନ୍ତି ଅନୁଯାୟୀ ଆମ୍ବପୁଆରେ ପାଳିତ ହେଲା ଜଗନ୍ନାଥଙ୍କ ପହଣ୍ଡି

393
ADVERTISEMENT

ବ୍ରହ୍ମପୁର,୨୧/୦୭(ଡ଼ି.ଏଚ/ବ୍ୟୁରୋ): ୪୦ ନଂୱାର୍ଡ ଅନ୍ତର୍ଗତ ଆମ୍ବପୁଆ ଗ୍ରାମରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ରଥଯାତ୍ରାର ନୀତିକାନ୍ତି ଅନୁଯାୟୀ ପାଳିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ଆମ୍ବପୁଆ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଚଳିତ ବର୍ଷ କମ୍ ଭକ୍ତରେ ପାରମ୍ପରିକ ପୁଜା ସହ ଠାକୁରଙ୍କୁ ପହଣ୍ଡି କରଯାଇଥିଲା । ମୁଖ୍ୟ ପୂଜାରୀ ଭାବେ ବୁଲା ପାଢ଼ୀ ଦାୟିତ୍ୱ ସମ୍ପାଦନା କରିଥିବା ବେଳେ ଶରତ ପାଢ଼ୀ ,ଦିଲୀପ ପାଢ଼ୀ , କୁନା ପାଢ଼ୀ , ଶାନ୍ତୁନ ପାଢ଼ୀ ପ୍ରମୁଖ ପ୍ରମୁଖ ସହଯୋଗ କରିଥିଲେ । ଆଖପାଖ ଅଞ୍ଚଳରୁ ଆସିଥିବା ଭକ୍ତ ଗଣ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଖକୁ ଯାଇନ ପାରି ଦୂରରୁ ଦର୍ଶନ କରି ଜଗତର ଆରାଧ୍ୟ ଦେବତାଙ୍କୁ ଭକ୍ତି ନୈବେଦ୍ୟ ରୁଦ୍ଧ ଭରା କଣ୍ଠରେ ଅର୍ପଣ କରିଥିଲେ । ଆଜି ଏହି ଅବସରରେ ଯୁବ ସାମ୍ବାଦିକ ସାଗର ମହାରଣା , ପୂର୍ବତନ କର୍ପୋରେଟର ଜି ଗୋପଳ ରେଡ୍ଡୀ ,ଯୁବ ସଂଗଠକ ଶିବ ମହାରଣା , ସୀମାଞ୍ଚଳ ମହାରଣା , ସୌମ୍ୟ ରଞ୍ଜନ ପାଢ଼ୀ , ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

Advertisement