କୋଦଳା,୨୧/୦୭(ସୂର୍ଯ୍ୟ ନାରାୟଣ ବଡୁ): ଗତ କାଲି ବଜ୍ରଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି l ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନରେ ବେଗୁନିଆପଡା ବ୍ଲକ ବଡଖଇରିଖମା ପଞ୍ଚାୟତ ଗୁଞ୍ଜବାଳା ଗ୍ରାମର ଚନ୍ଦ୍ରମା ପ୍ରଧାନ ସ୍ୱାମୀ ତୋଫାନ ପ୍ରଧାନ ନିଜ ଚାଷ ଜମିକୁ ଯାଇ କାମ କରୁଥିବା ସମୟରେ ହଠାତ ଘଡଘଡି ମାରି ବଜ୍ରାଘାତ ହୋଇଥିଲା l ସଙ୍ଗେ ସଙ୍ଗେ ଚନ୍ଦ୍ରମା ବିଲରେ ଓଲଟି ପଡ଼ିଥିଲେ l ଖବରପାଇ ପରିବାର ଲୋକେ ବିଲକୁ ଯାଇ ଚନ୍ଦ୍ରମାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ l କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଡାକ୍ତର ଖାନାରେ କୋଦଳା ପୋଲିସ ପହଞ୍ଚି ଶବ ବ୍ୟବଛେଦ ନିମନ୍ତେ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l ଏହାକୁନେଇ କୋଦଳା ତହସିଲଦାର ଅବନୀ କୁମାର ସାହୁଙ୍କୁ ପଚାରିବାରେ ସେ କହିଥିଲେ ଯେ ଆମ୍ଭେ ଖବର ପାଇଛୁ l ବ୍ୟବଛେଦ ରିପୋର୍ଟ ଆସିବା ପରେ ସରକାରଙ୍କ ଗାଇଡ଼ ଲାଇନ ଅନୁଯାଇ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଉପରିସ୍ଥ ଅଧିକାରିଙ୍କୁ ଜଣାଇ ଦିଆଯାଇଛି l ଚନ୍ଦ୍ରମା ଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛି l ଗରିବ ଅସହାୟ ପରିବାର ସମସ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି l


















