କୋଦଳା,୨୦/୦୭(ସୂର୍ଯ୍ୟ ନାରାୟଣ ବଡୁ): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଲଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସରରେ ୭୨ ତମ ବନୋ ମହୋତ୍ସବ ଓ ସମୂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ୍ୟ ଡଃ ପଦ୍ମ ଚରଣ ପାଢ଼ିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ପୋଲସରା ରେଞ୍ଜର ସଚିନ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲା ବେଳେ ସମସ୍ତଙ୍କୁ ବୃକ୍ଷ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରିବା ସହିତ ସମସ୍ତ ଜନସାଧାରଣଙ୍କୁ ବୃକ୍ଷ ଲଗାଇବାକୁ ଆହ୍ୱାନ ଦେଇଥିଲେ | ପରିବେଶ ସନ୍ତୁଳନ ରକ୍ଷା ରଖିବାକୁ ବୃକ୍ଷ୍ୟ ରୋପଣ ଏକ ମାତ୍ର ବିକଳ୍ପ ବୋଲି କଲେଜ ଅଧ୍ୟକ୍ଷ୍ୟ କହିଥିଲେ |ସମ୍ମାନିତ ଅତିଥି ଭାବେ ମହିଳା କଲେଜ ଅଧ୍ୟକ୍ଷ୍ୟା ସରୋଜିନୀ ବ୍ରହ୍ମା ଓ ବରିଷ୍ଠ ଓକିଲ ବିଜୟଲଷ୍ମୀ ପଟନାୟକ ଉପସ୍ଥିତ ଥିବା ବେଳେ କୋଦଳା ଫରେଷ୍ଟର କୋରା ପ୍ରସାଦ ଜେନା, ଋଷିକୁଲ୍ୟା ରୟତ ମହାସଭା ସେକ୍ରେଟେରୀ ଭାସ୍କର ନାୟକ ଉପସ୍ଥିତ ରହି ବୃକ୍ଷ୍ୟ ରୋପଣ କରିଥିଲେ l ଅଧ୍ୟାପକ ରଘୁନାଥ ମୁଦୁଲି ଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବିନୋଦ କୁମାର ମିଶ୍ର,ରଞ୍ଜୁବାଳା ନନ୍ଦ, ବିଷ୍ଣୁ ନାରାୟଣ ସେଠି ଏବଂ କଲେଜ ସହଯୋଗୀ,ଛାତ୍ର ଅଜୟ ବେହେରା, ଆକାଶ ମହାପାତ୍ର, ଦୀପକ ଗୌଡ଼, ଲିଜା ରାଣୀ ଜେନା, ସମାଜସେବୀ ଫାଲଗୁନି ପଟ୍ଟନାୟକ ବର୍ଯ୍ୟାବସ୍ତୁ ପରିଚାଳନା କେନ୍ଦ୍ର ସୁପରଭାଇଜର ମନୋଜ କୁମାର ବିଶୋଇ ପ୍ରମୁଖ ସହଯୋଗ କରିଥିଲେ |କୋଦଳା ଏନଏସି ବର୍ଯ୍ୟାବସ୍ତୁ କେନ୍ଦ୍ରରୁ ଉତ୍ପାଦିତ ଜୈବିକ ସାର ପ୍ରଦାନ ସହିତ ସହଯୋଗର ହାତ ବଢ଼ାଇଥିଲେ ସ୍ଵଛତା ବିଶେଷଜ୍ଞ ଚନ୍ଦ୍ରକାନ୍ତ ମାରାଣ୍ଡି l


















