ବ୍ରହ୍ମପୁର,୧୭/୦୭(ଡ଼ି.ଏଚ/ବ୍ୟୁରୋ): ଆମ୍ବପୁଆସ୍ଥିତ ଜାଭିୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଏକ ଶହ ଫଳନ୍ତି ଓ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଂଗଠିତ କରାଯାଇଥିଲା । କ୍ଳବ ତରଫରୁ ସଭାପତି କାମରାଜୁ ମହାରଣାଙ୍କ ସମେତ ସଂପାଦକ ଜୟନ୍ତ କିଶୋର ପାତ୍ର, କୋଷାଧ୍ୟକ୍ଷ ଏସ୍.ଦୁର୍ଗା ରାଓ, ଗୋ ଗ୍ରିନ୍ ସଂଯୋଜକ ଗୌତମ ପ୍ରଧାନ, ରୋଟାରୀଆନ୍ ସୁଶାନ୍ତ କୁମାର ସାହୁ ଏବଂ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଉଦୟ ଶଙ୍କର ପଣ୍ଡା,ପି ଆର୍ ଓ ସୁଧିର ଶଙ୍କର ପଣ୍ଡା ଓ ଉପାଧ୍ୟକ୍ଷ ବିଶ୍ୱ ଜିତ୍ ପଣ୍ଡାଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମ ଚାରୀ ପରିଚାଳନା ନିର୍ଦ୍ଦେଶକ ରୋଟାରୀଆନ୍ ଗୌରୀଶଙ୍କର ପଣ୍ଡା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।କ୍ଳବ ତରଫରୁ ଚଳିତ ଋତୁରେ ଏକ ହଜାର ବୃକ୍ଷ ରୋପଣ ଲକ୍ଷ ରହି ଥିବା କଥା ସଭାପତି କାମରାଜୁ ମହାରଣା ପ୍ରକାଶ କରିଛନ୍ତି ।

















