ଦଶ ଶ୍ରେଷ୍ଠ ବାର୍ତ୍ତାବିଜେତା ମଧ୍ୟରେ କଳ୍ପଳତା

132
ADVERTISEMENT

କୋଦଳା,୧୬/୦୭(ସୂର୍ଯ୍ୟ ନାରାୟଣ ବଡୁ): ଓଡ଼ିଶାର ସର୍ବପୁରାତନ ଅଗ୍ରଣୀ ଖବର କାଗଜ “ସମାଜ”ପକ୍ଷରୁ ବାର୍ତ୍ତା ପ୍ରତିଯୋଗିତାରେ ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ କଳ୍ପଲତା ମହାପାତ୍ର ସ୍ଥାନ ପାଇଛନ୍ତି l ମେ ମାସ ୯ ଓ ୧୦ ତାରିଖ ବିଶ୍ୱ ମାତୃ /ପିତୃ ଦିବସ ଅବସରରେ ମାତା ପିତାଙ୍କ ପ୍ରତି ଗଭୀର ଭକ୍ତିଅର୍ଘ୍ୟ ଓ ସେବାପରାୟଣତା ସହ ଏହି ବିଶିଷ୍ଠ ଦିନଟିକୁ ସ୍ମରଣୀୟ କରିବା ଲକ୍ଷ୍ୟ ନେଇ ଦୈନିକ ଖବର କାଗଜ ସମାଜ ପକ୍ଷରୁ ଏକ ସ୍ୱତନ୍ତ୍ର ବାର୍ତ୍ତା ଲିଖନ ପ୍ରକାଶ ପାଇଥିଲା l ଏହି ପୃଷ୍ଠାରେ ହଜାର ହଜାର ବାର୍ତ୍ତା ପ୍ରକାଶ ପାଇଥିବା ବେଳେ ସେଥିମଧ୍ୟରୁ ବିଜ୍ଞ ବିଚାରକ ମଣ୍ଡଳୀ ଦ୍ୱାରା ଦୁଇ ଦିବସର ଦଶଜଣ ଲେଖାଏଁ ଶ୍ରେଷ୍ଠ ବାର୍ତ୍ତା ମନୋନୟନ କରାଯାଇଥିଲା l ସେଥିମଧ୍ୟରେ ମାତୃଦିବସ ବାର୍ତ୍ତା ପ୍ରତିଯୋଗିତାରେ ୧୦ ଜଣଙ୍କ ମଧ୍ୟରୁ ବେଗୁନିଆପଡା ବ୍ଲକର କଳ୍ପଲତା ମହାପାତ୍ର ଯୋଗ୍ୟବିବେଚିତ ହୋଇ ମଙ୍ଗଳବାର କଟକ ସ୍ଥିତ ସମାଜ କାର୍ଯ୍ୟଳୟ ଠାରେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ ହେବା ସାହୁ ପୁରସ୍କୃତ ହୋଇଥିବା ଜଣାପଡ଼ିଛି l କଳ୍ପଲତା ବେଗୁନିଆପଡା ଶିଶୁବିକାଶ ପ୍ରକଳ୍ପରେ ଅଙ୍ଗନବାଡି କର୍ମୀ ଓ ଜଣେ ଲେଖିକା ଭାବେ ବେଶ ଜଣାଶୁଣା, କିଛିଦିନ ପୂର୍ବେ ସେ ମୃତ୍ୟୁ ପରେ ନିଜର ସମସ୍ତ ଅଙ୍ଗାପ୍ରତ୍ୟଙ୍ଗ ଦାନ କରିବା ପାଇଁ ଚୁକ୍ତି କରି ସତ୍ୟପାଠ କରି ଚର୍ଚ୍ଚାରେ ଥିଲେ l

Advertisement