କୋଦଳାରେ “ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

125
ADVERTISEMENT

କୋଦଳା,୧୬/୦୭(ସୂର୍ଯ୍ୟ ନାରାୟଣ ବଡୁ): ନବଜନ୍ମିତ କନ୍ୟାସନ୍ତାନଙ୍କ ମାତା, ପିତା ଓ ପରିବାରକୁ ଉତ୍ସାହ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ” ମୋ ଗେହ୍ଲାଝିଅ “କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରତ୍ୟକ ମାଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗୁରୁବାର କୋଦଳା ଅଙ୍ଗନବାଡି ସେକ୍ଟର ପକ୍ଷରୁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହିଙ୍କ ନିର୍ଦ୍ଦେଶ ତଥା ସୁପରଭାଇଜର ମମତା ଦାଶଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ କୋଦଳା ଗୋଲାସାହି କୋଠଘର ଠାରେ ନବଜନ୍ମିତ ଶିଶୁ କନ୍ୟା ଓ ମା ମାନଙ୍କୁ ନେଇ “ମୋ ଗେହ୍ଲାଝିଅ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ୟା ହେଉଛି ଆମର ଅମୁଲ୍ୟସମ୍ପଦ, କନ୍ୟା ସୁରକ୍ଷିତ ନ ରହିଲେ ସଂସାର ତିଷ୍ଠିବା ସମ୍ଭଵପର ନୁହଁ । ଶିଶୁର ସୁରକ୍ଷ୍ୟା ଆମ୍ଭର ଦାଇତ୍ୱ ବୋଲି ସୁପରଭାଇଜର କହିଥିବା ବେଳେ ଆଠଜଣ ନବଜନ୍ମିତ ଶିଶୁ କନ୍ୟାଙ୍କୁ ବନ୍ଦାପନା ସହିତ କେକ କାଟି ସ୍ୱାଗତ କରି ମା ମାନଙ୍କୁ ଉତ୍ସାହିତ କରାଯାଇଥିଲା ଓ ଶିଶୁ ମାନଙ୍କୁ କଣ୍ଢେଇ ଓ ପୋଷାକ ବିତରଣ କରାଯାଇଥିଲା ।

Advertisement