Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଗାଁ ପାଇଁ ଦୁଇ ଘଣ୍ଟା, ଇନାମ ବେଲପଡା ଯୁବକଙ୍କ ଅଭିନଵ ପ୍ରୟାସ

ଗାଁ ପାଇଁ ଦୁଇ ଘଣ୍ଟା, ଇନାମ ବେଲପଡା ଯୁବକଙ୍କ ଅଭିନଵ ପ୍ରୟାସ

239
ADVERTISEMENT

କୋଦଳା,୧୩/୦୭(ସୂର୍ଯ୍ୟ ନାରାୟଣ ବଡୁ): କୋଦଳା ଏନ ଏ ସି ୱାର୍ଡ ନମ୍ବର ୮ ସ୍ଥିତ ଇନାମ ବେଲପଡା, ଶ୍ରୀ ଲକ୍ଷ୍ମୀ ନୃସିଂହ ଗ୍ରାମ୍ୟ କମିଟି ଦ୍ୱାରା ଗୁଣ୍ଡିଚା ଯାତ୍ରା ଠାରୁ ଗୁରୁ ପୁର୍ଣିମା ପର୍ଯ୍ୟନ୍ତ ଗାଁ ପାଇଁ ଦୁଇ ଘଣ୍ଟା କାର୍ଯ୍ୟ କ୍ରମ ଆୟୋଜିତ କରିବା ପାଇଁ ନିଷ୍ପତ୍ତି ଆଜି ଠାରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି l ପ୍ରଥମ ଦିନରେ ଗ୍ରାମର ସମାଧି ପଡିଆ ଛକ ଠାରୁ ଗାଁ ବନ୍ଧ ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱ ସଫା କାର୍ଯ୍ୟ ହୋଇଅଛି ଏବଂ ଆସନ୍ତା ଦିନ ମାନଙ୍କରେ ସ୍ମଶାନରାସ୍ତା, ବନ୍ଧ ଚତୃପାର୍ଶ୍ଵ, ମନ୍ଦିର ପରିସର, ଚତୁରା ଘାଇ ରାସ୍ତା ଓ ସ୍କୁଲ ପରିସର ସଫା କାର୍ଯ୍ୟ, ବୃକ୍ଷ ରୋପଣ, ମନ୍ଦିର ମରାମତି ଓ ଅନ୍ୟାନ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଲକ୍ଷ ରହିଛି ବୋଲି ଯୁବକ ସଙ୍ଘ କର୍ମକର୍ତ୍ତା ପ୍ରକାଶ କରିଛନ୍ତି l ଉକ୍ତ କାର୍ଯ୍ୟ କ୍ରମରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ ସହିତ ଗ୍ରାମବାସୀ ମାନେ ସହଯୋଗ କରୁଥିବା ଦେଖିବାକୁ ମିଳିଛି l

Advertisement