ବଙ୍ଗୋପସାଗର ଉପକୂଳସ୍ଥ ଚିଲିକାରେ ଲାଗିଲା ମାଲୋସିଆ ଜାହାଜ

146
ADVERTISEMENT

ଭୁବନେଶ୍ୱର ,୧୦/୮(ଏଜେନସି) : ଚିଲିକା ଅନ୍ତର୍ଗତ ବଙ୍ଗୋପସାଗର ଉପକୂଳସ୍ଥ ଖିରିସାହି ନିକଟରେ ଏକ ବିରାଟ ଜାହାଜ ଲାଗିିଛି । ଜାହାଜଟି ଗୋପାଳପୁରରୁ ଆସି ରାଜହଂସରେ ଲାଗିଛି। ଏହି ମାଲବାହୀ ଜାହାଜଟି ମାଲେସିଆରୁ ମାଙ୍ଗାନିଜ ଓ ଲୁହାପଥର ନେଇ ବାଂଲାଦେଶ ଯାଉଥିବା ସୂଚନା ମିଳିଛି। ଜାହାଜରେ ୧୦ ମାଲେସିଆ ନାଗରିକ ଏବଂ ଜଣେ ବାଂଲାଦେଶ ନାଗରିକ ଥିବା ଜଣାପଡିଛି । ଗୁରୁବାର ଏହା ସମୁଦ୍ର ଉପକୂଳରେ ଲାଗିଥିଲେ ମଧ୍ୟ ଶୁକ୍ରବାର ଖବର ଚାରିଆଡେ ପ୍ରସାରିତ ହୋଇଛି । ଜାହାଜକୁ ଦେଖିବା ପାଇଁ ନିକଟସ୍ଥ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚଛନ୍ତି। ଖବର ପାଇ କୃଷ୍ଣପ୍ରସାଦ ଥାନା ଆଇଆଇସି ସୁଧୀର କୁମାର ସାହୁ, ସବ୍‌ଇନ୍ସପେକ୍ଟର ନାରାୟଣ ପ୍ରଧାନ ସମେତ ବନ ବିଭାଗ କର୍ମକର୍ତ୍ତା ଘଟଣା ସ୍ଥଳରେ ପହଞ୍ଚ ତଦନ୍ତ ଚଳାଇଛନ୍ତି । ୨ ଦିନ ଧରି ଲଗାଣ ବର୍ଷା ଓ ଯାନ୍ତ୍ରୀକ ତ୍ରୁଟି ଯୋଗୁ ନାବିକ ଭାରସମ୍ୟ ହରାଇବା ଫଳରେ ଜାହାଜଟି କୃଷ୍ଣପ୍ରସାଦ ଉପକୂଳ ବାଲି ଉପରେ ଚଢ଼ି ଯାଇଥିବା ଅନୁମାନ କରାଯାଇଛି ।

Advertisement