ବଡଗଡ,୮/୦୭(ଋଷିକେଶ ବେହେରା ): ଗଞାମ ଜିଲ୍ଲାର ବଡଗଡ ଗ୍ରାମରେ ବଡଗଡ ଆଞ୍ଚଳିକ ବନାଧିକାରିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୋଟିଏ ଚାରା ବଣ୍ଟନ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।ଆଞ୍ଚଳିକ ବନାଧିକାରି ଶ୍ରୀ ନରସିଂହ ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ ଅନ୍ୟାନ୍ୟ ବନ ବିଭାଗର କର୍ମଚାରୀଙ୍କ ସହଯୋଗରେ ଏହି ଚାରା ବଣ୍ଟନ କେନ୍ଦ୍ର ସ୍ଥାନୀୟ ବଡଗଡ ଥାନା ଆଇ ଆଇ ସି ଶ୍ରୀ ସୁରଜ ଝଙ୍କାରଙ୍କ ଦ୍ଵାରା ଉଦଘାଟନ କରାଯାଇ ବିଭିନ୍ନ ପ୍ରକାରର ଚାରା ଗୁଡିକ ଲୋକାର୍ପଣକରାଯାଇଥିଲା । ଆଞ୍ଚଳିକ ବନାଧିକାରିଙ୍କ କହିବାନୁସାରେ ବନ ବିଭାଗ ଦ୍ବାରା ଏଗାର ଲକ୍ଷ ଚାରା ଯଥା କରଞ,କାଜୁ,କଦମ୍ବ,ସାଗୁଆନ, ଶିରିଶା,ଅଁଳା, ରକ୍ତ ଚନ୍ଦନ, ଭଳି ମୂଲ୍ୟବାନ ଚାରା ଜନ ସାଧାରଣଙ୍କୁ ପ୍ରତେକ ଚାରା ପିଛା ଏକଟଙ୍କାରେ ବଣ୍ଟନ କରିବା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ପରିବେଶ ସବୁଜ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ।

















