କୁକୁଡାଖଣ୍ଡି,୮/୦୭(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକ ସମୁଖରେ ଜାତୀୟ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ନିର୍ଦେଶ କ୍ରମେ କୁକୁଡାଖଣ୍ଡି ଆଞ୍ଚଳିକ କଂଗ୍ରେସ ନେତା କର୍ମୀଙ୍କ ବ୍ଲକ ସମୁଖରେ ହୋଆଲ୍ଲା ପ୍ରଦର୍ଶନ l ସାଧାରଣ ମଧ୍ୟବିତ୍ତ ଓ ଶ୍ରମିକ ଲୋକଙ୍କ ନିତ୍ୟଵେବହୃତ ସାମଗ୍ରୀ ବୃଦ୍ଧି ଲୋକଙ୍କ ଅସନ୍ତୋଷ ସତ୍ୱେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୋଧରେ କୁକୁଡାଖଣ୍ଡି ବ୍ଲକ୍ ଅଫିସ ସାମ୍ନାରେ ଜନସାଧାରଣଙ୍କ ସମସ୍ୟାକୁ ନେଇ କଂଗ୍ରେସ ବୁଧବାର ବିକ୍ଷୋଭ କରି ବ୍ଲକ ସାମ୍ନାରେ ଯୋଗଦାନ କରିଥିଲେ l ଏବଂ ନେତା ଓ କର୍ମୀ ଏକ ଲିଖିତ ଦାବି ପତ୍ର ଉଭୟ ସରକାର ତେଲ ଦରବୃଦ୍ଧି ନିୟଂତ୍ରଣ ପାଇଁ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ l ସରକାର ଦରବୃଦ୍ଧି ନିୟନ୍ତ୍ରଣ ନକରିବା ପର୍ଯ୍ୟନ୍ତ ଏହି ପ୍ରତିବାଦ ଯାତ୍ରା ୭ ଦିନ ବଳବତର ରହିବ ବୋଲି କଂଗ୍ରେସ ନେତା ଓ କର୍ମୀ ମାନେ ହୋହାଲ୍ଲା କରିଥିଲେ l ଏହି ସଭାରେ କୁକୁଡାଖଣ୍ଡି ବ୍ଲକ ଅଞ୍ଚଳର କଂଗ୍ରେସ ସଭାପତି ପି ଶିବ ପ୍ରସାଦ ଦୋରା ସଂଘଟନିକ କାର୍ଯ୍ୟ ରେ କୁକୁଡ଼ାଖଣ୍ଡି ଅଞ୍ଚଳର ୮ନଂ ଜୋନ ଲୋକ ଜିଲ୍ଲା ପରିଷଦ ପ୍ରତିନିଧି ଶ୍ରୀ ବୃନ୍ଦାବନ ଖୋଟେଇ,ସୁନୀଲ କୁମାର ସାହୁ ସଞ୍ଜୟ ପଟ୍ଟନାୟକ,ବନବାସ ପାଢ଼ୀ,ଏ ରମେଶ ଦୋରା,ଉଲ୍ଲା ବେହେରା, ଉମା ଦାଶ,ଶିବରାମ ଭୁଆଁ, ଅରୁଣ ଭୁଆଁ,ଉମା ଶଙ୍କର ଜେନା, କେଶବ ଅଦଲ,ରାଜେନ୍ଦ୍ର ରେଡ୍ଡୀ, ଦେବରାଜ ବେହେରା ସହ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l

















