ଇଞ୍ଜିନିୟରଙ୍କ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ

155
ADVERTISEMENT

ପାଟଣା,୮/୦୭(ଡ଼ି.ଏଚ/ବ୍ୟୁରୋ): ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ । ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଲେ ବାଇକ ଚାଳକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ । ସୂଚନା ଅନୁସାରେ, ପାଟଣା ଦେଇ ଯାଇଥିଲା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ଶିଶୁ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି ।ଏକ ଟ୍ରକ୍ ବାଇକ୍ ଉପରେ ଚଢିଯିବାରୁ ଆରୋହୀ ଜଣଙ୍କ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ।ମୃତକ ହେଲେ ବାରିପଦା ବୁଢ଼ାମରା ଅଞ୍ଚଳର ବେଣୁଧର ଗୋଛାୟତ । ସେ କେନ୍ଦୁଝର ଆଗ୍ରୋ ଇଲେକଟ୍ରିକାଲରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement