ସମ୍ବଲପୁର,୮/୦୭(ଡ଼ି.ଏଚ/ବ୍ୟୁରୋ): ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ । ଗୁରୁବାର ସକାଳେ ବୁର୍ଲା ଥାନା ଗୋଶାଳା ବ୍ରିଜ୍ ଉପରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ନିୟାକୁ ଆୟତ୍ତ କରିଛନ୍ତି । ତେବେ ଗାଡିଟିରେ କିଛି କଞ୍ଚାମାଲ ଥିବା ସନ୍ଦେହ କରାଯାଉଛି । ଘଟଣା ଘଟିବା ପରେ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି । ତେବେ ନିଆଁ ଲାଗିକାର ପ୍ରକୃତ କାରଣ ଜଣାପଡି ନାହିଁ । ସଟସର୍କିଟ ଯୋଗୁଁ ଏହା ଘଟିଥିବା କୁହାଯାଉଛି |ସେହିପରି ଟ୍ରକଟି ମହାରାଷ୍ଟ୍ରର ବୋଲି ଜଣାପଡିଛି ।

















