କୁକୁଡାଖଣ୍ଡି,୭/୦୭(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଅନନ୍ତାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୫୧ ତମ ବନ ମହୋତ୍ସବ l ପ୍ରଧାନ ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ମହାରଣାଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବନବିଭାଗ ଅଧିକାରୀ ଶ୍ରୀ ଅଶୋକ କୁମାର ବେହେରା ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଗଛର ବିଭିନ୍ନ ଉପକାରିତା ଏବଂ ଜନମାନସ ପ୍ରତି ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ଏଥିରେ କ୍ଲଷ୍ଟର ସି ଆର ସି ସି ରବୀନ୍ଦ୍ର କୁମାର ପାଢ଼ି ଏବଂ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପିଙ୍କି ଦାସ ସମିତି ସଭ୍ୟ ସନ୍ତୋଷ ଦାସ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ସ୍ଥାନୀୟ ଅଂଚଳର ପରିବେଶବିତ ଓ ଯୁବ ସମାଜ ସେଵୀ ଶ୍ରୀ ସଞ୍ଜୟ କୁମାର ପାତ୍ର ଏବଂ ଶିକ୍ଷାବିତ ଅନାମୁ ଭୂୟାଁ ବରିଷ୍ଠ ବ୍ୟକ୍ତି ମାଗତା ସେଠି ଏବଂ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ଶେଷରେ ସ୍କୁଲର ସଭାପତି ଶ୍ରୀ ରାଧାକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

















