ବ୍ରହ୍ମପୁର,୫/୦୭(ଇ.ରଞ୍ଜନ): ବ୍ରହ୍ମପୁର ସ୍ଥିତ ଓଡ଼ିଶାର ଖ୍ୟାତିନାମା ସାହିତ୍ୟ ମଞ୍ଚର କବିତା କବିତା ଘର ଗଞ୍ଜାମର ଲିଟେରାରୀ ଟ୍ରଷ୍ଟ ଓ କରଞ୍ଜିଆର ଜ୍ଞାନଜ୍ୟୋତି ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟ ଆୟୋଜିତ ଚଳଚିତ୍ର ନୁହେଁ ଏକ ହସ୍ତ ଲେଖିନିର ଗଳ୍ପ ପୁସ୍ତକ ରବିବାର ପୂର୍ବାହ୍ନରେ ଓନଲାଇନ ଭର୍ଚୁଆଲ ମିଟିଂ ଦ୍ୱାରାରେ କବିବରଙ୍କ ଲେଖିନି ମୁନରେ ଲେଖାଯାଇଥିବା ପୁସ୍ତକ ‘ଗପ ହେଲେ ବି ସତ’ ରୁଚିକର ପୁସ୍ତକ ପାଠକଙ୍କ ପାଇଁ ଲୋକାର୍ପଣ ହୋଇଛି ଏହି ଅଧିବେଶନରେ କୁକୁଡ଼ାଖଣ୍ଡି ପ୍ରଶାସନିକ ଅଧିକାରୀ ବା ସାହିତ୍ୟିକ ଗଦାଧର ପାତ୍ରଙ୍କ ହସ୍ତ ଲେଖାର ଗଳ୍ପ ପୁସ୍ତକ ‘ଗପ ହେଲେ ବି ସତ’ ପୁସ୍ତକଟି କବିବର ମାନଙ୍କ ନିମନ୍ତ୍ରିତ ଅତିଥିମାନଙ୍କ ଉପସ୍ଥିତରେ ଉନ୍ମୋଚିତ ହୋଇଛି । ଯାହାର ପାଠକୀୟ ଅଭିଭ୍ୟକ୍ତି କୁକୁଡ଼ାଖଣ୍ଡି ତହସିଲଦାର ତଥା ସାହିତ୍ୟିକ କଲ୍ୟାଣି ସଂଘମିତ୍ରା ଦେବୀ ରଖିଥିଲେ । ନିଜ ଲେଖନୀୟ ଅଭିବ୍ୟକ୍ତିରେ ଗଦାଧର ପାତ୍ର ଗପ ବହିଟିର ଲେଖିବାର ଉଦ୍ଧେଶ୍ୟ ପାଠକଙ୍କୁ ଜଣେଇଥିଲେ ଏବଂ ସମ୍ପାଦକ ଭାଗିରଥି ବେହେରା ଅତିଥି ପରିଚୟ ସହ ଅଭିଭାଷଣ ରଖିଥିଲେ । ପ୍ରତିଷ୍ଠାତା ତଥା ସାହିତ୍ୟିକ ଡ଼ଃ ରାଜେନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଦ୍ଵିତୀୟ ଅଧିବେଶନରେ ଗଳ୍ପ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଏହି ଅଧିବେଶନରେ ନିମନ୍ତ୍ରିତ ଗାଳ୍ପିକ ଭାବେ ରାଜସ୍ଥାନ ଜୟପୁରରୁ ଗାଳ୍ପିକ ଅଭୟ ମହଲା, ଭଦ୍ରକରୁ ଗାଳ୍ପିକ ଚିନ୍ମୟୀ ବାରିକ, ଖଡ଼ଗପୁରରୁ ଗାଳ୍ପିକ ଅମୀୟ ବେଜ,ରାୟଗଡାରୁ ଗାଳ୍ପିକ ରୂପେଶ ସାହୁ,ପ୍ରତିଲିପି ଓଡ଼ିଶା ଜୋନରୁ ଗାଳ୍ପିକ ସିଦ୍ଧାର୍ଥ ଶଙ୍କର, ପାରିକୁଦରୁ ଗାଳ୍ପିକ ଲଳିତ କୁମାର ସ୍ବାଇଁ ଆଦି ଯୋଗ ଦେଇଥିଲେ।ଏହି ଅବସରରେ ଭଲ ଗଳ୍ପ କାହାକୁ କହିବା, ଭଲ ଗଳ୍ପ କେମିତି ଲେଖିବା ଓ ଭଲ ଗଳ୍ପ କେମିତି ପାଠକ ପାଖରେ ପହଞ୍ଚାଇବା ଆଦି ଗଳ୍ପ ଲିଖନ କଳା କୌଶଳ ବିଷୟରେ ଆଲୋକପାତ କରି ଯୋଗ ଦେଇଥିବା ଆଗ୍ରହୀ ଶ୍ରୋତାଙ୍କୁ ଆପ୍ୟାୟିତ କରିଥିଲେ।ଅନୁଷ୍ଠାନର ସମ୍ପାଦକ ତଥା ସାହିତ୍ୟିକ ଭାଗିରଥି ବେହେରାଙ୍କ ସୁପରିଚାଳନାରେ ଆୟୋଜିତ ତୃତୀୟ ଅଧିବେଶନରେ ଗଳ୍ପ ଲେଖିବାକୁ କିମ୍ବା ଗଳ୍ପ ଲେଖନୀକୁ ପେଶା ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଯୁବ ପିଡ଼ିଙ୍କ ସହ ପୁସ୍ତକର ଲେଖକ ଓ ଅନ୍ୟ ନିମନ୍ତ୍ରିତ ଗାଳ୍ପିକଙ୍କ ମଧୁର ଲେଖାର ରଚନା କରାଯାଇଛି l ପାଳୁରୁଗଡରୁ ଅଞ୍ଜନା ବେହେରା, ଶିବାନନ୍ଦ ବାରିକ, ଭଞ୍ଜନଗରରୁ ରଞ୍ଜୁଲତା ବେହେରା, ବ୍ରହ୍ମପୁରରୁ ଜୟନ୍ତୀ ବେହେରା,ପୋଲସରାରୁ ତପସ୍ୱିନୀ ମିଶ୍ର, କବିସୂର୍ଯ୍ୟନଗରରୁ ଶିବାନନ୍ଦ ବାରିକ, କରଞ୍ଜିଆରୁ ସଶ୍ମିତା ପାତ୍ର ଲେଖକ ଲେଖିକା ପ୍ରମୁଖ ଭାଗରେ ଯୋଗଦାନ ଦେଇଥିଲେ।ଗୁଗୁଲ ମିଟ୍ ଦ୍ଵାରା ପ୍ରାୟ ଦୁଇ ଘଣ୍ଟା ଧରି ଏହି ସାହିତ୍ୟ ଉତ୍ସବରେ ସାରା ଓଡିଶାରୁ ଦୁଇ ଶହରୁ ଉର୍ଦ୍ଧ୍ବ ପାଠକ ପାଠିକା ଗଣ ଯୋଗ ଦେଇଥିବାରୁ ଆନୁଷ୍ଠାନିକ ଭାବେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଗଲା ଆସନ୍ତା ଦିନ ମାନଙ୍କରେ ଏପରି ବିଭିନ୍ନ ଗାଳ୍ପିକ ପୁସ୍ତକ ରଚନା ଲେଖିନି ଜାରିରହିବ l

















