କୁକୁଡାଖଣ୍ଡି,୫/୦୭(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମୋ ନିବେଦନ କାର୍ଯ୍ୟକ୍ରମ ବାଲିପଡ଼ା ଓ କୁକୁଡାଖଣ୍ଡି ପଞ୍ଚାୟତରେ ଜନ ସାଧାରଣଙ୍କ ନିଜସ୍ୱ ଓ ବିକାଶ ମୂଳକ କାର୍ଯ୍ୟ ଉପରେ ଶନିବାର ବିଡ଼ିଓ ବାର୍ତାଳାପରେ ପ୍ରଶାସନ ପାଖରେ ଲୋକେ ବିଭିନ୍ନ ଆବଶ୍ୟକ ବିକାଶ ଅଭିଯୋଗ ଗୁଡିକ ମୋ ନିବେଦନ କାର୍ଯ୍ୟକ୍ରମରେ ଜଣାଇଛନ୍ତି l କରୋନା ଯୋଗୁଁ ୨ ବର୍ଷ ଧରି ସର୍ବ ସାଧାରଣ ପାଇଁ ପୂର୍ବରୁ ହେଉଥିବା ଜିଲ୍ଲାପାଳ କିମ୍ବା ବିଡ଼ିଓ, ତହସିଲଦାର ଅଭିଯୋଗ ପ୍ରକୋଷ୍ଟ ବନ୍ଦ ଥିବାବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅଭିଯୋଗ ପ୍ରକୋଷ୍ଟ ଗୁଡିକ ପୁନର୍ବାର କାର୍ଯ୍ୟକାରୀ କରି ଜନ ସାଧାରଣ ଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବା ପାଇଁ ମୋ ନିବେଦନ କାର୍ଯ୍ୟକ୍ରମ କରି ପ୍ରତି ପଞ୍ଚାୟତରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ରହିଛି ପଞ୍ଚାୟତର ଲୋକଙ୍କୁ ନେଇ କରୋନା ସଂକ୍ରମଣକୁ ଦୃଷ୍ଟିଦେଇ ଆବଶ୍ୟକତା ବନ୍ଦବସ୍ତ ସାମାଜିକ ଦୂରତା ମାସ୍କ ବ୍ୟବହାର କରି ଲୋକଙ୍କ ସମସ୍ୟା ଉପରେ ଭିଡିଓ କନ୍ଫୋରେନ୍ସ ଜରିଆରେ ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀ ସହ ଜଡିତ ହୋଇ ଲୋକଙ୍କ ସମସ୍ୟା ଉପରେ ଦୃଷ୍ଟି ଦେଇଛନ୍ତି ଏଥିରେ ବାଲିପଡା ଓ କୁକୁଡ଼ାଖଣ୍ଡି ଗ୍ରାମ ପଞ୍ଚାୟତ ଗୁଡିକର ୧୦୦ଟି ଜନଶୁଣାଣୀ ହୋଇଥିଲା ଏହି ଜନଶୁଣାଣୀରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ, ବିଇଓ ଏସ୍. ଗିରିଧାରି, ସିଡିପିଓ କୁସୁମ କୁମାରି ସାହୁ, ବ୍ଲକ କୃଷି ଅଧିକାରୀ କେ. ମାଧବ ରାଓ, ଏଏଚ୍ଓ ଗୀତାଞ୍ଜଳି ସାହୁ, ଏବିଓ ବିଜୟ କୁମାର ପ୍ରଧାନ, ବ୍ଲକ ଯୋଗାଣ ଅଧିକାରୀ ଜି.ପ୍ରଶାନ୍ତ କୁମାର ରାଓ , ପିଇଓ ବାଲିପଡା ରବିନ୍ଦ୍ର ନାଥ ନାୟକ, ପିଇଓ କୁକୁଡ଼ାଖଣ୍ଡି ଦିଲ୍ଲୀପ କୁମାର ଓଡ଼ିଆ, ସରପଞ୍ଚ ଏ.ଚେନ୍ନେୟା, ଓ ବ୍ଲକର ଅନ୍ଯ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ l


















