ବ୍ରହ୍ମପୁର,୪/୦୭(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ ଏ ଏସି ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ସ୍ଥାୟୀ ଆହାର କେନ୍ଦ୍ର ଶୁଭ ଉଦ୍ଘାଟିତ ହୋଇଯାଇଛି । ଏହି ଆହାର କେନ୍ଦ୍ରକୁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣିବୈଦ୍ୟ ଯୋଗଦେଇ ଉଦ୍ଘାଟନ କରିଛନ୍ତି । ଆସନ୍ତା ପାଞ୍ଚ ତାରିଖରୁ ଏହି କେନ୍ଦ୍ରରେ ଜନସାଧାରଣ ଙ୍କୁ ସୁବିଧା ଯୋଗାଇ ଦିଆଯିବ ।

୨୭ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ସ୍ଥାୟୀ କେନ୍ଦ୍ର ଶ୍ରମିକ ଓ ଅସହାୟଙ୍କ ସହାୟକ ହେବ ବୋଲି ଖଲ୍ଲିକୋଟ ବିଧାୟିକା ନିଜପ୍ରତିକ୍ରିୟା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ଏନ୍ ଏ ଏସି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ,ପୂର୍ବତନ କାଉସିଲର ଅଶୋକ କୁମାର ମହାଙ୍କୁଡ ଉପସ୍ଥିତ ଥିଲେ ।

















