କୋଦଳା କୋର୍ଟ ପରିସରରେ ବନ ମହୋତ୍ସବ ପାଳିତ

146
ADVERTISEMENT

କୋଦଳା,୩/୦୭(ସୂର୍ଯ୍ୟ ନାରାୟଣ ବଡୁ): ବୃକ୍ଷ୍ୟ ହିଁ ଜୀବନ, ବୃକ୍ଷ୍ୟ ଅଭାବେ ମନୁଷ୍ୟ ବଞ୍ଚିବା କଷ୍ଟ,ଗଛବିନା ଅମ୍ଳଜାନ ର ଘୋର ଅଭାବ ଦେଖାଦେଉଥିବା ବେଳେ ଶୁକ୍ରବାର ପୋଲସରା ବନଖଣ୍ଡ ତତ୍ୱାବଧାନ ତଥା କୋଦଳା କୋର୍ଟ ଆନୁକୂଲ୍ୟରେ କୋଦଳା କୋର୍ଟ ପରିସରରେ ଠାରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀମତୀ ମୁନ ରାଣୀ ମିଶ୍ର, ପ୍ରଥମ ଶ୍ରେଣୀ ବିଚାରପତି ସୁକନ୍ୟା ଶତପଥି, ବରିଷ୍ଠ ଦେୱାନୀ ବିଚାରପତି ସଦ୍ୟାସ୍ନ l ତା ପତିଙ୍କ କରକମଳରେ ଚାରା ରୋପଣ କରାଯାଇ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଥିଲା l ଜଣେ ଜଣେ ଗୋଟିଏ ଗୋଟିଏ ଗଛ ଲଗାଇ ସବୁଜ ବାନାନି ସୃଷ୍ଟି କରିବା ପାଇଁ ପରାମର୍ଶ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନ, କୋଦଳା ବନପାଳ କୋରା ପ୍ରସାଦ ଜେନା,ପୋଲସରା ବନପାଳ ସୁକାନ୍ତ କୁମାର ପଟ୍ଟନାୟକଙ୍କ ସମେତ ସହକାରୀ ବନ ସଂରକ୍ଷକ ଶ୍ରୀଯୁକ୍ତ ପ୍ରଭାକର ନାୟକ କୋର୍ଟ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଚାରା ରୋପଣ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୋଦଳା ବାର ଆସୋସିସନର ସମ୍ପାଦକ ଗୋପାଳ କୃଷ୍ଣ ସାହୁ, ତାରିଣୀ ଚରଣ ପଟ୍ଟନାୟକ,ସ୍ବପ୍ନ କୁମାର ମିଶ୍ର,ନୀଳାଞ୍ଚଳ ପୋଲାଈ ଓ ଭଗବାନ ହୋତା ସମେତ ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ l

Advertisement