ବ୍ରହ୍ମପୁର,୨/୦୭(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗ ପକ୍ଷରୁ ୭୨ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ପୁରୁଷୋତ୍ତମପୁର ବନବିଭାଗ ଓ ଅଗ୍ନିଶମ ବିଭାଗ ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଗ୍ନି ଶମ କାର୍ଯ୍ୟାଳୟରେ ବିଭିନ୍ନ ପ୍ରକାର ମୂଲ୍ୟବାନ ବୃକ୍ଷରୋପଣ କରାଯାଇଥିଲା । ଦକ୍ଷିଣା ଅଞ୍ଚଳ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଦାସ, ପୁରୁଷୋତ୍ତମପୁର ଅଗ୍ନି ଶମ ଅଧିକାରୀ ଉମାଶଙ୍କର ଭଟମିଶ୍ର,ଫରେଷ୍ଟର ପ୍ରଶାନ୍ତ କୁମାର କାର୍ଯିଙ୍କ ସମେତ ଅଗ୍ନିଶମ କର୍ମଚାରୀ ଓବନବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

















