Friday, November 6, 2026
ADVERTISEMENT
Home ଆଞ୍ଚଳିକ ବିଧାୟିକାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କଲା ବ୍ଲକ ମହିଳା ବିଜେଡି, ଡାଇମଣ୍ଡ ଉତ୍ପାଦକ କେନ୍ଦ୍ରର ଶୁଭ ଉଦଘାଟନ

ବିଧାୟିକାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କଲା ବ୍ଲକ ମହିଳା ବିଜେଡି, ଡାଇମଣ୍ଡ ଉତ୍ପାଦକ କେନ୍ଦ୍ରର ଶୁଭ ଉଦଘାଟନ

153
ADVERTISEMENT

କୋଦଳା,୨/୦୭(ସୂର୍ଯ୍ୟ ନାରାୟଣ ବଡୁ): କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ରାଜ୍ୟ ମହିଳା ବିଜେଡି ଉପଦେଷ୍ଟା ଭାବେ ନିଯୁକ୍ତି ହେବା ପରେ ଗୁରୁବାର ଦିନ ବେଗୁନିଆପଡା ବ୍ଲକ ମହିଳା ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଧନା ଦିଆଯାଇ ଥିଲା । ଏହା ପରେ ବ୍ଲକ ପରିସରରେ ଚାରା ରୋପଣ କରିଥିଲେ ବିଧାୟିକା । ଖଣ୍ଡିଆନଇ ପଂଚାୟତ ର ତିରିଡା ଠାରେ ବିଧାୟିକା ପାଣ୍ଠିରୁ ନିର୍ମିତି ଗୁଣ୍ଡିଚାମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ବେଗୁନିଆପଡା ଠାରେ ଡାଇମଣ୍ଡ ଉତ୍ପାଦକ ଗ୍ରୁପର ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଦ୍ୱାରା ମିଶନ ଶକ୍ତି ଆନୁକୂଲ୍ୟରେ ଆରମ୍ବ ହୋଇଛି ପିଜି ପ୍ରଡକସନ । ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ।ଏହି ପିଜି ପ୍ରଡକସନ ଗ୍ରୁପରେ ବିଭିନ୍ନ ପ୍ରକାର ହଳଦୀ ଗୁଣ୍ଡ ,ମସଲା ଗୁଣ୍ଡ,ଡାଲି,ଲଙ୍କା ଗୁଣ୍ଡ, ପେପର ପ୍ଲେଟ ଆଦି ମେସିନ ଦ୍ୱାରା ତିଆରି କରି ବିକ୍ରି କରିବେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ । ଚିଙ୍ଗୁଡ଼ିଖୋଲ ଗ୍ରାମର କାନ୍ସର ପୀଡିତ ଗୋପାଳ ମୁଦୁଲି ଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିବା ସହ ଉତ୍ତମ ଚିକିତ୍ସା ପାଇଁ ସହାୟତା କରିବେ ବୋଲି କରିଥିଲେ । ଏହା ପରେ ବେରୁହାବାଡ଼ି ଗ୍ରାମରେ କୋଠ ଘରକୁ ଉଦଘାଟନ କରିଥିଲେ । ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା କେ. ରାଜଲକ୍ଷ୍ମୀ ଦୋରା,ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟା ଗିତାଞ୍ଜଳି ଭୂୟାଁ ,ବ୍ଲକ ମହିଳା ବିଜେଡି ସଭାପତି ମଧୁମିତା ସାହୁ,ବିଡ଼ିଓ ବେଦବର ପ୍ରଧାନ,ମିଶନ ଶକ୍ତି ବ୍ଲକ କୋଡ଼ିନେଟର ଦିଲ୍ଲୀପ ବେହେରା,ସ୍ୱୟଂ ସହାୟକ ଗୋଷ୍ଟିର ମହିଳା ମାନେ ଉପସ୍ଥିତ ଥିଲେ ।

Advertisement