ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

130
ADVERTISEMENT

ରାଇରଙ୍ଗପୁର,୧/୦୭(ଡ଼ି.ଏଚ/ବ୍ୟୁରୋ): ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟା ସନ୍ଦେହ । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ବାଇଦାପୋଷି କଲୋନିରେ । ମୃତ ମହିଳା ହେଲେ ବାଇଦାପୋଷି ଗ୍ରାମର ସୂର୍ଯ୍ୟ ମୁଣ୍ଡା । ସ୍ୱାମୀଙ୍କ ସହିତ ସାମାନ୍ୟ କଳହକୁ ନେଇ ମହିଳା ଏପରି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହା ସହିତ ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

Advertisement