ପାରାଦୀପ,୩୦/୦୬(ଡ଼ି.ଏଚ/ବ୍ୟୁରୋ): ଅଳିଆ ପକେଇବାରୁ ପଡ଼ୋଶୀଙ୍କୁ କଟୁରି ଚୋଟ । କଟୁରି ଆଘାତରେ ଜଣେ ଗୁରୁତର ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାରାଦୀପ ସ୍ଥିତ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାଯତ ଅଧିନ ନୂଆଗାଁ ଗାଁର ବାଲିସାହିରେ ଘଟିଛି ଘଟଣା । ଖବର ଅନୁଯାୟୀ, ଗତକାଲି ରାତିରେ ନୂଆଗାଁର ଅମର ଦଳାଇ ତାଙ୍କ ପଡୋଶୀ ଧ୍ରୁବ ଦଳାଇଙ୍କ ବାଡ଼ିରେ ଅଳିଆ ପକେଇଥିଲେ। ଏଥିରେ ଉତ୍ୟକ୍ତ ହୋଇ ପଡୋଶୀ ଧ୍ରୁବ ପଲେଇ ଓ ତାଙ୍କ ପୁଅ ରଞ୍ଜିତ ପଲେଇ ଅମରଙ୍କୁ ଆକ୍ରମଣ କରିଥିଲେ । ଉଭୟ କଟୁରିରେ ଅମରଙ୍କ ମୁଣ୍ଡଙ୍କୁ ହାଣି ଦେଇଥିଲେ । କଟୁରି ଆଘାତରେ ଅମର ଗୁରୁତର ହୋଇଥିଲେ । ଅମରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପାରାଦୀପ ସ୍ଥିତ ଅଠରବାଙ୍କୀ ମେଡିକାଲକୁ ନିଆଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଅମରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ ଅମରଙ୍କ ପତ୍ନୀ ଆରତୀ ଦଳାଇ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଆକ୍ରମଣକାରୀ ଉଭୟ ବାପା ଓ ପୁଅଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି।