ଚଳନ୍ତା କାରରେ ଅଗ୍ନିକାଣ୍ଡ ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ

405
ADVERTISEMENT

ବ୍ରହ୍ମପୁର,୩୦/୦୬(ଇ.ରଞ୍ଜନ): ବ୍ରହ୍ମପୁର ଉପ ନିବନ୍ଧକ କାର୍ଯ୍ୟାଳୟ ନିକଟବର୍ତ୍ତୀ ହନୁମାନ ବଜାର ମନ୍ଦିର ଠାରେ ଏକ ଚଳନ୍ତା କାରରେ ଅଗ୍ନିକାଣ୍ଡରେ ଘଟି ଗାଡିର ମୁଖ୍ୟ ଯନ୍ତ୍ରାଂଶ ଗୁଡିକରେ ନିଆଁ ଲାଗିରହିଥିବା ବେଳେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ଦ୍ୱାରା ତାହାକୁ ଆୟତ କରାଯାଇଛି l ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ଓଆର ୦୨ ବିଏମ ୫୨୨୩ ଏକ ଟାଟା ଇଣ୍ଡିଗୋ କୌଣସି କାର୍ଯ୍ୟକୁ ନେଇ ବ୍ରହ୍ମପୁର ଆସିଥିବା ବେଳେ ସହରର ଜନଗହଳିକୁ ଦୃଷ୍ଟିକୁ ନେଇ ଗାଡି ଚାଳକ ଧିରେ ଧିରେ ଚଳାଉଥିବା ବେଳେ କୌଣସି ଯନ୍ତ୍ରାଂଶରେ ତୃଟି ହୋଇ ସକ ସର୍କିଟରେ ଅଗ୍ନିକାଣ୍ଡ ଘଟିଯାଇଛି ସେଥି ମଧ୍ୟରେ ବସିଥିବା ଯାତ୍ରୀ ଓ ଚାଳକ ସୁରକ୍ଷିତ ଥିବା ଜଣା ପଡିଛି l

Advertisement