ମୁନିଗୁଡା,୨୮/୦୬(ଡ଼ି.ଏଚ/ବ୍ୟୁରୋ): ରାୟଗଡା ଜିଲ୍ଲା ବିଷମକଟକ ପୋଲିସକୁ ମିଳିଛି ଏକ ବଡ ସଫଳତା l ବିଷମକଟକ ଷ୍ଟେଟ୍ ବ୍ୟାଙ୍କ ଛକ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ପୋଲିସ ଗାଡିମଟର ଯାଞ୍ଚ କରିବା ସମୟରେ ସନ୍ଦେହ କରି ରାୟଗଡା ପଟୁ ଆସୁଥିବା ଏକ ଟ୍ରକକୁ ଅଟକାଇବା ସମୟରେ ଟ୍ରକ ଡାଇଭର ଗାଡି ଛାଡି ଚମ୍ପଟ ମାରିଥିଲେ । ଏହା ପରେ ଟ୍ରକକୁ ଯାଞ୍ଚ୍ କରିବାପରେ ଟ୍ରକର ଏକ ସ୍ଵତନ୍ତ୍ର ଚାମ୍ବରରେ ୧୨୦ଟି ପ୍ୟାକେଟରୁ ୨ କ୍ୱିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ ହୋଇଛି । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଜବତ ଟ୍ରକଟି ପଶ୍ଚିମବଙ୍ଗର ହୋଇଥିବାରୁ ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ବିଷମ କଟକ ପୋଲିସ ଟ୍ରକ ସହ ଗଞ୍ଜେଇକୁ ଜବତ କରିବା ସହ ଏହା କେଉଠାରୁ କେଉଠିକୁ ଯାଉଥିଲା ଓ ଏହି ଚାଲାଣରେ କାହାର ସମ୍ପୃକ୍ତି ଅଛି ତାର ତଦନ୍ତ ଯାରିରଖିଛି ।















