ରାଇରଙ୍ଗପୁର,୨୮/୦୬(ଡ଼ି.ଏଚ/ବ୍ୟୁରୋ): ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ । ସୂଚନା ଅନୁସାରେ, ବହଳଦା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କାଦୁଆଣି ଛକ ନିକଟରେ ଦୁର୍ଘଟଣା ଘଟିଛି । ଏକ ଲୁହା ପଥର ଟ୍ରକ୍ ଧକ୍କାରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ମୃତ ମହିଳା ହେଲେ ବିଶୋଇ ଥାନା କାଦପାଣି ଗାଁର ସ୍ଵପ୍ନା ବୈଠ । ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ।















