ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ଥାନା ପରିସରରେ ଧାରଣା ଦେଲେ ଗଣମାଧ୍ୟମ ପ୍ରତିନିଧି

131
ADVERTISEMENT

ନୟାଗଡ,୨୬/୦୬(ଡ଼ି.ଏଚ/ବ୍ୟୁରୋ): ଥାନା ପରିସରରେ ଦୁଃଖଦ ଚିତ୍ର । ଥାନା ପରିସରରେ ସାମ୍ବାଦିକଙ୍କ ମୁଢି ଖାଇ ସାରା ରାତି ଧାରଣା । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଅବକାରୀ ସବ୍ ଇନ୍ସପେକ୍ଟର ଧନଞ୍ଜୟ ପାତ୍ରକୁ ଗିରଫ ଏବଂ ନିଲମ୍ବନ ଦାବିରେ ନୟାଗଡ ସାମ୍ବାଦିକ ସଂଘ ତରଫରୁ ଟାଉନ୍ ଥାନା ପରିସରରେ ରାତିସାରା ଧାରଣା ଦିଆଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସାମ୍ବାଦିକଙ୍କ ଦାବି ପରେ ସମ୍ପୃକ୍ତ ସବ୍ ଇନ୍ସପେକ୍ଟରକୁ ଥାନାକୁ ଅଣାଯାଇଥିଲେ ମଧ୍ୟ ତାଙ୍କୁ ଗିରଫ କରାନଯାଇ ପୋଲିସ ଥାନା ପଛ ଦ୍ବାର ଦେଇ ତାଙ୍କୁ ଛାଡିଦେଇଥିଲା । ଯାହାକୁ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ସେପଟେ ସମ୍ପୃକ୍ତ ଅଧିକାରୀ ଜଣଙ୍କ ସାମ୍ବାଦିକଙ୍କ ନାଁରେ ବହୁ ବିଳମ୍ବରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି । ପୋଲିସ ଜାଣିଶୁଣି ସବ୍ ଇନ୍ସପେକ୍ଟରକୁ ଥାନାକୁ ଆଣି ସାମ୍ବାଦିକଙ୍କ ବିରୁଦ୍ଧରେ ଏତଲା ଦେବାକୁ ପ୍ରବର୍ତ୍ତାଇଥିବା ଆନ୍ଦୋଳନରତ ସାମ୍ବାଦିକ ଅଭିଯୋଗ କରିଛନ୍ତି । ଶନିବାର ଜିଲ୍ଲାସ୍ତରର ଶତାଧିକ ସାମ୍ବାଦିକ ଏହି ଆନ୍ଦୋଳନରେ ଯୋଗଦେବେ । ସୂଚନାଯୋଗ୍ୟ, ଶୁକ୍ରବାର ନିଉଜ୍ ସେଭେନ ନୟାଗଡ ପ୍ରତିନିଧି ବୈଦ୍ୟ ଭୂଷଣ ମହାପାତ୍ର ଏବଂ ଅନ୍ୟ ଜଣେ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଅବକାରୀ କାର୍ଯ୍ୟାଳୟକୁ ଯାଇଥିବା ସମୟରେ ସବ୍ ଇନ୍ସପେକ୍ଟର ଜଣଙ୍କ ଏହି ଦୁଇ ସାମ୍ବାଦିକଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।

Advertisement