କୁକୁଡ଼ାଖଣ୍ଡି,୨୫/୦୬(ଇ.ରଞ୍ଜନ): କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ହୁଗୁଳାପଟ୍ଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଟୁଆଲ(ଭିଡିଓ କନଫେରେନ୍ସ) ମାଧ୍ୟମରେ ଉଦଘାଟିତ ହୋଇଛି l ଏଥିରେ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସକ ଡଃ ରାମଚନ୍ଦ୍ର ମହାପାତ୍ର ,ଡ଼ଃ ପ୍ରିୟତୋସ ଦାସ ଏମ ଓ, ହୁଗୁଳାପଟ୍ଟା ନୂତନ ସ୍ୱାସ୍ଥ୍ୟ ଡ଼ଃ.ଦେବଯାନୀ ସାହୁ ,ବିପିଏମ , ସୋନାଲି ମଣ୍ଡଳ ପି.ହେଚ.ଇ.ଓ, ଡ଼ଃ ସୁନିତା ପ୍ରଧାନ ଏମ ଓ ଆୟୁଷ, ଏଏନଏମ ଗୀତାଞ୍ଜଳି ଶତପଥୀ , ଗୁରୁଣ୍ଠି ଏଏନଏମ ସୁଜାତା କୁମାରୀ ଦାସଙ୍କ ସମେତ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ପ୍ରମୁଖ ଉପସ୍ଥିତରେ କୁକୁଡାଖଣ୍ଡି ବ୍ଲକ୍ରେ ହୁଗୁଳାପଟା ର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାଟନ କରିଛନ୍ତି।















