ଶାଶୁ ହତ୍ୟାକାରୀ ଜ୍ୱାଇଁ ଗିରଫ

150
ADVERTISEMENT

କୋଦଳା,୨୪/୦୬(ସୂର୍ଯ୍ୟ ନାରାୟଣ ବଡୁ): ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ପଂଚାୟତର ମାଗୁରାଣୀ ଚ।ଞ୍ଚର। ଗ୍ରାମରେ ଜ୍ୱାଇଁ ନିଜ ଶାଶୁକୁ ବାଡେଇ ବାଡେଇ ମାରିଦେଇ ଫେରାର ହୋଇଯାଇଥିବା ବେଳେ ବୁଧବାର ଭୋର ସମୟ ରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱ ରେ କୋଦଳା ଓ ବେଗୁନିଆପଡା ପୋଲିସ ଟିମ ଅପରାଧୀ ମୁରଲୀ କୁ ପିଛାକରୀ ନିଜ ଗ୍ରାମ ମାଗୁରାଣୀ ଚାଞ୍ଚରା ରୁ ହିଁ ଲୁଚିଥିବା ସମୟ ରେ ଅପରାଧି ମୁରଲୀ କୁ ଗିରଫକରୀ ଥିଲେ !ପ୍ରତ୍ୟକଦିନ ପରିବାର ରେ ଅଶାନ୍ତି ପାଇଁ ଶାଶୁ ହିଁ ମୁଖ୍ୟ ସୂତ୍ରଧର ବୋଲି ଭାବି ଶାଶୁଘରେ ପଶି ଏକ ସାବଳ ରେ ମାଡ଼ମାରୀ ଶାଶୁ କୁ ହତ୍ୟାକରିଥିବା ନେଇ ମୁରଲୀ ନିଜେ ସ୍ୱୀକାର କରିଥିବା ନେଇ କୋଦଳା ଥାନା ଅଧିକାରୀ ପ୍ରକାଶ କରିଛନ୍ତି !ମୁରଲୀ ବିରୁଦ୍ଧରେ କେଶ ନଂ 300/2021 ରେ ହତ୍ୟା ମାମଲା ୠଜୁକରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ! ପ୍ରକାଶ ଥାଉ କି ସୋମବାର ବେଗୁନିଆପଡା ବ୍ଲକ ଏସ ଛଚିନା ପଞ୍ଚାୟତ ମାଗୁରାଣୀ ଚାଞ୍ଚରା ରେ ନିଜ ଶାଶୁକୁ ଜ୍ୱାଇଁ ବାଡେଇ ବାଡେଇ ମାରିଦେଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜାନକୀ ପାତ୍ରଙ୍କ ଝିଅ ଲକ୍ଷ୍ମୀଙ୍କୁ ସେହି ଗ୍ରାମର ମୁରଲୀ ପାତ୍ର ବହୁତ ବର୍ଷ ପୂର୍ବେ ବିବାହ କରିଥିଲେ।ରବିବାର ପୂର୍ବାହ୍ନ ୧୦ ଘଟିକା ସମୟରେ ମୁରଲୀ ସହ ଲକ୍ଷ୍ମୀଙ୍କ କଥା କଟ।କଟି ହୋଇଥିଲା !ପରେ ପରେ ଉତ୍ୟକ୍ତ ମୁରଲୀ ପତ୍ନୀ ଲକ୍ଷ୍ମୀଙ୍କୁ ମାଡ଼ ମାରିବା ସହ ଶାଶୁ ଜାନକୀ ସବୁ କାଣ୍ଡ କରୁଛନ୍ତି ବୋଲି ସନ୍ଦେହ କରି ଶାଶୁଙ୍କ ଘରେ ପଶି ମୁରଲୀ କବାଟ ବନ୍ଦ କରି ଶାଶୁ ଜ।ନକୀଙ୍କୁ ନିର୍ଘାତ ମାଡ ମାରି ମୁମୂର୍ଷୁ ଅବସ୍ଥାରେ ଛାଡି ଜ୍ୱାଇଁ ମୁରଲୀ ଫେରାର ହୋଇଯାଇଥିଲେ। ଗୁରୁତର ଆହତ ଜ।ନକୀଙ୍କୁ ପ୍ରଥମେ କୋଦଳା ଡାକ୍ତରଖାନା ନେବା ପରେ ଗୁରୁତର ହେବାରୁ ବ୍ରହ୍ମପୁର ଏମ କେ ସି ଜି କୁ ପଠାଯାଇଥିଲା !କିନ୍ତୁ ଚିକିତ୍ସିତ ଅବସ୍ଥାରେ ବିଳମ୍ବିତ ରାତିରେ ଜନକୀଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଶବକୁ ଜବତ କରି ବ୍ୟବଛେଦ କରିଥିବା ବେଳେ ମୁରଲୀ ଫେରାର ହୋଇଯାଇଥିଲା!ଏହାକୁ ନେଇ ଜନକୀଙ୍କ ସ୍ୱାମୀ ସୁବାସ ପାତ୍ର ବେଗୁନିଆପଡା ଫାଣ୍ଡିରେ ଏକ ଏତଲା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚିବାସହ ତଦନ୍ତ ଜାରି ରଖିଥିଲା ଏବଂ ଆଜି ମୁରଲୀକୁ ଗିରଫ କରିବାରେ ସଫଳ ହୋଇଥିଲା ।

Advertisement